ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ ଙ୍କ କ୍ଷେତ୍ର ସମୀକ୍ଷା

ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ ଙ୍କ କ୍ଷେତ୍ର ସମୀକ୍ଷା।ପୁରୀ ୧୨/୧ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଭବ୍ୟ ଲୋକାର୍ପଣ ଓ ତତ ସଲଗ୍ନ କାର୍ଯ୍ୟକ୍ରମକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଚେଷ୍ଟିତ ଅଛି।ଦୂରଦର୍ଶନ ଓ କାର୍ଯ୍ୟକ୍ରମର ଆୟୋଜନ ଦାୟିତ୍ୱ ନେଇଥିବା ସଂସ୍ଥା ସହ ସମନ୍ବୟ ରଖି ବିଭିନ୍ନ ଚାନେଲକୁ ପ୍ରସାରଣ ସୁବିଧା ଦେବା ପାଇଁ ବ୍ୟବସ୍ଥା ହୋଇଛି ବୋଲି ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ ସରୋଜ କୁମାର ସାମଲ।ଗତକାଲି ସଂଧ୍ୟାରେ ଏ ସମ୍ପର୍କରେ ଏକ ବୈଠକ ଜିଲ୍ଲାପାଳ ସମର୍ଥ ବର୍ମା ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବୃନ୍ଦ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ,ସ୍ୱତନ୍ତ୍ର ସଚିବ ବିନୟ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌର ନିର୍ଵାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ସୂଚନା ବିଭାଗର ସହକାରୀ ନିର୍ଦ୍ଦେଶକ ଫିଲ୍ମ ଓ ଇଭେଣ୍ଟ ମ୍ୟାନେଜମେଣ୍ଟ ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

ବୈଠକ ର ନିଷ୍ପତ୍ତି ଓ କର୍ମକାଣ୍ଡ କାର୍ଯ୍ୟକ୍ରମ ଆଧାର ରେ ଜାନୁଆରୀ ୧୨ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତତ୍ତ୍ୱାବଧାନରେ ଦୂରଦର୍ଶନ ମାଧ୍ୟମରେ ସିଧା ପ୍ରସାରଣ ସହ ସମସ୍ତ ଚାନେଲ ମାନଙ୍କୁ ଫିଡ୍ ଦିଆଯିବ।ଏହା ସହ ବିଶିଷ୍ଟ ଭାଷ୍ୟକାର ମାନେ ଶ୍ରୀଜଗନ୍ନାଥ ତତ୍ତ୍ୱ, ପରିକ୍ରମା ପ୍ରକଳ୍ପ ଇତ୍ୟାଦି ସମ୍ବନ୍ଧ ରେ ବର୍ଣ୍ଣନା କରିବେ।ସେହିପରି ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ,ବେଦପାଠ,ଇତ୍ୟାଦିର ମଧ୍ୟ ପ୍ରସାରଣ କରାଯିବ।ଏହା ପରେ ନିର୍ଦ୍ଦେଶକ ଶ୍ରୀ ସାମଲ ମନ୍ଦିର ନିକଟରେ ହୋଇ ଥିବା ପ୍ରସାରଣ କେନ୍ଦ୍ର ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ କ୍ଷେତ୍ର ପରିଦର୍ଶନ କରିବା ସହ ଦୂରଦର୍ଶନ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।