ସୋରଡ଼ା ବିଧାୟକଙ୍କ ସିମାଞ୍ଚଳ ଠାରେ ପନ୍ଦର ହଜାର ନଡ଼ିଆ ଭଙ୍ଗା

ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀ ରୁ ବଡ ଧୁମଧାମ ରେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ବାହାରିଲେ ଅନ୍ଦ୍ରାପ୍ରଦେଶ ସିମାଞ୍ଚଳ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ l ବିଧାୟକ ଙ୍କ ସହିତ ନିର୍ବାଚନ ମଣ୍ଡଳୀ ର 700 ବିଜେଡି କର୍ମୀ ଉତ୍ସାହ ର ସହିତ ସିମାଞ୍ଚଳ ଦର୍ଶନ କରିବା ପାଇଁ ବାହାରିଥିଲେ l ସୋରଡ଼ା ରୁ,ଏକା ସାଙ୍ଗରେ 120ଟି ଟ୍ୟାକ୍ସି ଗାଡ଼ିରେ ସିମାଞ୍ଚଳ ରେ ପହଂଚି ଥିଲେ ଏବଂ 4ତାରିଖ ଦୀନ ପୂଜାର୍ଚ୍ଚନା କରି 1008 ପଦ୍ମପୁଲ ଅର୍ପଣ କରିବା ସହ 15000ନଡ଼ିଆ ଭଙ୍ଗା ଯାଇ ଇଥିଲା l ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଙ୍କ ସହିତ ଆସିକା mp ପ୍ରମିଳା ବିଷୋୟୀ ଓ ସୋରଡ଼ା ନିର୍ବାଚନ ମଣ୍ଡଳୀ ର ସମସ୍ତ ଅଧକ୍ଷ, ଉପାଧ୍ୟାକ୍ଷ, ଜିଲ୍ଲା ପରିଷଦ, ସମିତିସଭ୍ୟ,ସରପଞ୍ଚ ଓ କର୍ମୀ ମାନେ ଯୋଗ ଦେଇଥିଲେ l ଆଗାମୀ ଦିନରେ କିପରି bjd କୁ ସୋରଡ଼ା ରେ ଅଧିକ ମଜଭୁତ କରାଯିବ ସେନେଇ କର୍ମୀ ଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ l 2009 ରେ ବିଜୟ ର ଭୋଟ ବ୍ୟବଧାନ ଅନୁଯାଇ ଯେତିକି ଭୋଟ ରେ ବିଜୟ କରୁଛନ୍ତି, ସେତିକି ପରିମାଣ ର 4 ହଜାର ରୂ ଉର୍ଦ୍ବ ନଡ଼ିଆ ଅlନ୍ଦ୍ରପ୍ରଦେଶ ର ସିମାଞ୍ଚଳ ଠାରେ ସମର୍ପଣ କରିଛନ୍ତି l ସେହିଭଳି 2014 ରେ 16ହଜାର ଓ 2019 ରେ ପ୍ରାୟ 14 ହଜାର ଭୋଟ ବ୍ୟବଧାନ ରେ ବିଜୟୀ କରିଥିଲେ ମଧ୍ୟ ଗତ କାଲି ନୃସିଂହ ନାଥ ଙ୍କ ଜନ୍ମ ତିଥି ରେ ପୂଜାର୍ଚନାକରି 15 ହଜାର ନଡ଼ିଆ ସମର୍ପଣ କରିଛନ୍ତି l ଏବଂ ପୁଣିଥରେ ନବୀନ ପଟନାୟକ ଓଡ଼ିଶାରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବା ପାଇଁ କାମନା କରିଛନ୍ତି।

ରିପୋର୍ଟ- ଶିବଶଙ୍କର ପ୍ରଧାନ, ଭଞ୍ଜନଗର।

Leave a Reply

Your email address will not be published. Required fields are marked *