ଜିଲ୍ଲାପାଳଙ୍କ କର କମଳରେ ଫାଇଲେରିଆ ନିରାକରଣ ଅଭିଯାନ ଆରମ୍ଭ
![](https://teerthkhetra.com/wp-content/uploads/2023/02/IMG-20230210-WA0043-1024x570.jpg)
ରାୟଗଡ଼ା, ୧୦/୦୨ – ରାୟଗଡା ବ୍ଲକ ଅନ୍ତର୍ଗତ ଜେମାଦେଇ ପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କନ୍ଧ ମାଳିଗାଁସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଫାଇଲେରିଆ ନିରାକରଣ ଅଭିଯାନ ଓ ରକ୍ତ ହୀନତା ଦୂରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ( ଏମ ଡି ଏ) ଫାଇଲେରିଆ ନିରାକରଣ ଅଭିଯାନର ଶୁଭ ଉଦଘାଟନ କରିଥିଲେ । ।ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ବି ଲକ୍ଷ୍ମୀ ନାରାୟଣ ପୃଷ୍ଟି, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର ପ୍ରଦୀପ କୁମାର ସୁବୁଦ୍ଧି, ଯୋଗ ଦେଇଥିବା ବେଳେ ଡକ୍ଟର ସୁନୀଲ ମହାପାତ୍ର ଡକ୍ଟରସସ୍ମିତା ଆଚାର୍ଯ୍ୟ,ଶ୍ରୀ ସନ୍ତୋଷ ପଣ୍ଡା ଶ୍ରୀମତୀ ସଂଯୁକ୍ତା ବେହେରା,ଶ୍ରୀ କିଶୋର ପଟ୍ଟନାୟକ, ଶ୍ରୀ ରଞ୍ଜିତ ପଲେଇ, ଶ୍ରୀ ମନୋଜ ପଣ୍ଡା, ସ୍ଵାସ୍ଥ୍ୟକର୍ମୀ ଶ୍ରୀମତୀ ନମିତା ସେଠୀ, ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନୟନା ରୟତା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ପୃଷ୍ଟି ନିଜେ ବଟିକା ସେବନ କରି ସମସ୍ତଙ୍କୁ ଉତ୍ସାହିତ କରିବା ସହ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଏହି ବଟିକା ଖାଇବା ଦ୍ଵାରା ଗୋଦରଗୋଡ଼ ଓ ହାଇଡ୍ରୋସିଲ ଭଳି ରୋଗରୁ ମୁକ୍ତ ହୋଇ ପାରିବ । ଏହି ଏମ ଡି ଏ ଅଭିଯାନ ଚଳିତ ମାସ ୧୦ତାରିଖରୁ ଆରମ୍ଭ ହୋଇ ୧୯ତାରିଖ ପର୍ଯ୍ୟନ୍ତ ଚାଲିବ । ରାୟଗଡା ବ୍ଳକର ସମସ୍ତ ୩୬୭ଗ୍ରାମର ଦୁଇ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିମାନଙ୍କୁ ଔଷଧ ମାଗଣାରେ ଯୋଗାଇ ଦିଆଯିବ । ଅଙ୍ଗନୱାଡି ଓ ଆଶା କର୍ମୀମାନେ ପ୍ରତିଦିନ ୨୫ଟି ପରିବାର ସମ୍ପର୍କ କରି ପ୍ରତ୍ୟକ୍ଷ ଭାବେ ଔଷଧ ସେବନ କରାଇବାର ବ୍ୟବସ୍ଥା କରା ଯାଇଛି ।
ରିପୋର୍ଟ- ନିଳାମ୍ବର ମିଶ୍ର, ରାୟଗଡ଼ା।