ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଫାଇଲେରିଆ ନିରାକରଣ ଅଭିଯାନ

ଆସିକା : ଯୁଦ୍ଧକାଳୀନ ଭିତ୍ତିରେ ସଂପାଦନ କରିବା ପାଇଁ ୧୦ରୁ ୧୯ ଅଗଷ୍ଟ ୨୦୨୩ ମଧ୍ୟରେ ଫାଇଲେରିଆ ନିରାକରଣ ଅଭିଯାନ ଓଡିଶା ରାଜ୍ୟ ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରକୁ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ପୌରହିତ୍ୟ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚ଼େତନାର ବାର୍ତ୍ତା ପହଞ୍ଚାଇବା ପାଇଁ ଏବଂ ଏହି ଅଭିଯାନକୁ ସଫଳ ରୂପାୟନ ଦେବା ପାଇଁ ମହାବିଦ୍ୟାଳୟର ୟୁଥ୍ ରେଡକ୍ରସ୍ ଶାଖା ଏବଂ ଏନ୍ଏସ୍ଏସ୍ ୟୁନିଟର ମିଳିତ ଆନୁକୂଲ୍ୟରେ ସଂପାଦିତ ହୋଇଯାଇଛି। ଏଥିରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବାଲିସିରାର ସ୍ବାସ୍ଥ୍ୟ ଅଧିକାରୀ ଡ. ଶୁବ୍ରତ ସ୍ବରୂପ ପଣ୍ଡା, ବହୁମୁଖୀ ସ୍ବାସ୍ଥ୍ୟ ପର୍ଯ୍ୟବେକ୍ଷକ ବାବୁଲା ନାୟକ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ, ବାଲିସିରାର ଚନ୍ଦନ କୁମାର ହୋତା, ମହିଳା ସ୍ବାସ୍ଥ୍ୟକର୍ମୀ ଶାରଳା ଦଳାଇ, ସ୍ବେଚ୍ଛାସେବୀ ମନୋଜ କୁମାର ମହାନ୍ତି ଏବଂ ସାଇ ଚ଼୍ଦନ ହୋତା ଉପସ୍ଥିତ ଥିଲେ। ଫାଇଲେରିଆ ନିରାକରଣ ଏବଂ ସମନ୍ବିତ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅଭିଯାନକୁ ସାକାର କରିବା ପାଇଁ ଡ. ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ଏହାର ଲକ୍ଷଣ ଓ ନିରାକରଣ ଉପରେ ଉପଯୁକ୍ତ ମତାମତ ଦେଇଥିଲେ। ଡ. ପଣ୍ଡା କହିଥିଲେ, ଫାଇଲେରିଆ, ଡେଙ୍ଗୁ ଏବଂ ମାଲେରିଆ ଭଳି ମାରାତ୍ମକ ବ୍ୟାଧିର ସ୍ବଳ୍ପ ଲକ୍ଷଣ ଥିବା ଛାତ୍ର ଛାତ୍ରୀ ସହଜରେ ଚିହ୍ନଟ ନ ହୋଇ ଚିକିତ୍ସା ବିନା ରହିଥାନ୍ତି। ସେମାନଙ୍କୁ ଖୋଜି ବାହାର କରି ଚିକିତ୍ସା ଦେବା ଜରୁରୀ। ଡ. ପଣ୍ଡା ଫାଇଲେରିଆର ସମସ୍ତ ଔଷଧ ଡ଼ି.ଇ.ସି., ଆଲବେଣ୍ଡାଜଲ୍ ଓ ଆଇଭରମେକ୍ଟିନ୍ ବଟିକାର ଉପକାରିତା ଓ ସେବନ ଉପରେ ବିସ୍ତୃତ ତଥ୍ୟ ମଧ୍ୟ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ନିଜ ନିଜର ଉଚ୍ଚତାନୁସାରେ କିପରି ସେବନ କରିବେ, ତା’ର ମଧ୍ୟ ନମୁନା ଦେଇଥିଲେ। ଡ. ହୋତା କହିଥିଲେ ଯେ ଫାଇଲେରିଆ କିଟାଣୁ ଶରୀରରେ ପ୍ରବେଶ କରିବାର ୧୦ ରୁ ୧୫ ବର୍ଷ ପରେ ରୋଗର ଲକ୍ଷଣମାନ ଦେଖାଯାଏ, ଯେମିତି କି ଜ୍ବର ଆସିବା, ଦେହ ହାତ ଘୋଳାବିନ୍ଧା ହେବା, ଚର୍ମରେ ଲାଲ ଦାଗ ପଡ଼ିବା, ଗଲ୍ଟି ଫୁଲି ଦରଜ ହେବା ଓ ରକ୍ତ ଶ୍ରାବ ହେବା, ପର୍ଯ୍ୟାୟକ୍ରମେ ଗୋଡ ଫୁଲିବା, ହାତ ଫୁଲିବା, ସ୍ତନ ଫୁଲିବା, ଅଣ୍ଡ କୋଷ ଫୁଲିବା ଗୋଦର ଗୋଡ଼ ହେବା ଲକ୍ଷଣ ଦେଖାଯାଏ। ଛାତ୍ରଛାତ୍ରୀ ମାନେ ଦେଶର ଭବିଷ୍ୟତ ନାଗରିକ ହୋଇଥି୍ବାରୁ ଫାଇଲେରିଆ କୀଟାଣୁ ନଷ୍ଟ କରିବା ପାଇଁ ସାମୂହିକ ଔଷଧ ସେବନ ହିଁ ସେମାନଙ୍କ ପାଇଁ ଏକ ମାତ୍ର ଅବଲମ୍ବନ ଅଟେ। ଅଧ୍ୟକ୍ଷ ଡ଼ ତ୍ରିପାଠୀ ଛାତ୍ରଛାତ୍ରୀମାନଙ୍କୁ ସାମୁହିକ ଔଷଧ ସେବନ କରିବା ପାଇଁ ଆହ୍ବାନ କରିଥିଲେ। ଏହି କାର୍ଯକ୍ରମରେ ମୋଟ ୩୨୩ ଜଣ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସାମୁହିକ ଔଷଧ ସେବନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୟୁଥ୍ ରେଡକ୍ରସର ଉପଦେଷ୍ଟା ଅଧ୍ୟାପକ ରାଜେଶ୍ କୁମାର ସାହୁ, ଅଜିତ୍ କୁମାର ମୁନୀ ଏବଂ ଜାତୀୟ ସେବା ଯୋଜନା ସଂସ୍ଥା ୟୁନିଟ୍ ର ଅଧିକାରୀ ପବିତ୍ର ଧଙ୍ଗଡ଼ମାଝି, ଚ଼ନ୍ଦନ ମାରାଣ୍ଡି ଉକ୍ତ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ରିପୋର୍ଟ -ରଞ୍ଜନ କୁମାର ରାଉତ

Leave a Reply

Your email address will not be published. Required fields are marked *