କୋଣାର୍କ ରଥଯାତ୍ରା ନିମନ୍ତେ ଚୁଡାନ୍ତ ସମନ୍ଵୟ ବୈଠକ

କୋଣାର୍କ ଜଗନ୍ନାଥ ମନ୍ଦିର ପରିସରରେ ଆଗାମୀ ରଥଯାତ୍ରା ନିମନ୍ତେ ଚୁଡାନ୍ତ ସମନ୍ଵୟ ବୈଠକ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ରାଜାରାମ ମଠ ଓ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଆୟୋଜିତ ହେଉଥିବା ରଥଯାତ୍ରା ନିମନ୍ତେ ଏନଏସି ପ୍ରଶାସନ, ପୋଲିସ, ବିଦ୍ୟୁତ୍, ଜଳ ପରିମଳ, ସ୍ବାସ୍ଥ୍ୟସେବା, ଅଗ୍ନି ନିରାପତ୍ତା, ପୂର୍ତ୍ତ, ଜନସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ନିଜ ନିଜର ବିଭାଗୀୟ ସେବା ଓ ଦାୟିତ୍ଵ ନିରବଚ୍ଛିନ୍ନ ଭାବରେ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଟ୍ରଷ୍ଟ ବୋର୍ଡ ଟ୍ରଷ୍ଟି ଅମରେଶ୍ଵର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏନଏସି ଅଧକ୍ଷା ସଂଯୁକ୍ତା ତ୍ରିପାଠୀ, ଗୁଣ୍ଡିଚା ମନ୍ଦିର ପରିଚାଳନା ସଭାପତି ବଟକୃଷ୍ଣ ବାହିନୀପତି, ମାଉସୀମା ମନ୍ଦିର ପରିଚାଳନା ସଭାପତି ଅମରେଶ୍ୱର କାଣ୍ଡିଙ୍କ ସମେତ ସେବାୟତ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଟ୍ରଷ୍ଟ ପରିଚାଳକ ନିରଞ୍ଜନ ବାରିକ ବୈଠକ ପରିଚାଳନା କରିଥିଲେ।