ଘୋରଡିଆରେ ଅଗ୍ନି ଉତ୍ସବ

ଡେଲାଙ୍ଗ– ଡେଲାଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ହିନ୍ଦୁ ଧର୍ମର ପରମ୍ପରାକ୍ରେମ ଓଡ଼ିଆ ଗଣପର୍ଵ ଅଗ୍ନି ଉତ୍ସବ ପାଲିତ ହୋଇଯାଇଛି ।ଏହି ଅବସରରେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ଆରଧ୍ୟ୍ ଦେବତା ସୋମନାଥ ଦେବ ଙ୍କୁ ଶତାଧିକ ଭକ୍ତ ମାନେ ସୁସଜ୍ଜିତ୍ ଆଲୋକମୟ ବାଜା ବାଣ ,ନଦିଆ ସଙ୍କିର୍ତ୍ତନ୍, ଛତ୍ରୀ ଆଲଟ ଚାମର ,ଘଣ୍ଟ କାହାଳି ମୁର୍ଦଙ୍ଗ ଧ୍ଵନି ସାଙ୍ଗକୁ ପାଇକ ଖେଳ ମଧ୍ୟ ରେ ବିରାଟ ପଟୁଆରରେ ଅଗ୍ନି ଉତ୍ସବ ସ୍ଥଳ କୁ ନିଆଜାଇଥିଲା । ସେଠାରେ ଗ୍ରାମରୁ ସଂ ଗ୍ରହ ହୋଇଥିବା ଛଣ ନଡା ପାଳ ନେଇ ଗଦା କରାଯାଇଥିଲା ।ସେଥିରେ ଅଗ୍ନି ଦେବତାଙ୍କ ପାଇ ଫଳମୁଳ ଆଳୁ ଵାଇଗଣ ଆଦି ପନିପରିବା ନଡିଆ ଆଦି ଭୋଗ ଆକାରରେ ଦେଇଥାନ୍ତି ।ଭକ୍ତଗଣ ବ୍ରାହ୍ମଣ ପୂଜକ ଠାକୁରଙ୍କ ନିତିକାନ୍ତି ପୂଜାର୍ଚ୍ଚନା ପରେ ସେହିଥିରେ ଅଗ୍ନି ସଂଯୋଗ କରି ଠାକୁରଙ୍କୁ ଚାରିପଟେ ବୁଲାଯାଇ ମନ୍ଦିରକୁ ଆସନ୍ତି । ଏହି ଅଗ୍ନି ଉତ୍ସବ ସମୟରେ ଗଦା ଯେଉଁଦିଗକୁ ଢଳେ ସେ ଦିଗରେ ଭଲ ଫସଲ ହୋଇଥାଏ ବୋଲି ବିଶ୍ବାସ ରହିଛି ।ଅଗ୍ନି ଲିଭିଲା ପରେ ଭକ୍ତଗଣ ପ୍ରସାଦ ଆକରେ ପୋଡି ଯାଇଥିବା ନଡିଆ କୁଦଳି ପରିଵାଳୁ ସେବନ କଲେ ବିଭିନ୍ନ ରୋଗ ଭଲ ହୁଏ । ଅଗ୍ନି ଦେବତାଙ୍କ କୃପା ଲାଭ ପାଇଁ ପ୍ରତିବର୍ଷ ମାଘମାସର ପୂର୍ଣ୍ଣିମା ଦିନ ଅଂଚଳ ବାସୀ ଆନନ୍ଦ ଉଲ୍ଲାସର ସହ ଏହି ଅଗିରା ଉତ୍ସବ ପାଳନ କରିଥାନ୍ତି । ଡେଲାଙ୍ଗର ବିଭିନ୍ନ ପୁର ପଲ୍ଲୀରେ ସାଉରିଆ, ଘନିପୁର୍,କଲ୍ୟାଣପୁର, ମୁନିନ୍ଦା,ମୋଟରି, ଆଦି ସ୍ଥାନରେ ପାଳିତ ହୋଇଥିବା ଦେଖିବାକୁ ମିଳିଛି ।