ମା ଦକ୍ଷିଣେଶ୍ବରୀଙ୍କ ପ୍ରଥମ ଜନ୍ମବାର୍ଷିକୀ ମହାଯଜ୍ଞ ମହାସମାରୋହରେ ଉଦଯାପିତ
ମା ଦକ୍ଷିଣେଶ୍ବରୀଙ୍କ ପ୍ରଥମ ଜନ୍ମବାର୍ଷିକୀ ମହାଯଜ୍ଞ ମହାସମାରୋହରେ ଉଦଯାପିତ। ରଘୁନାଥପୁର,୭/୨ ରଘୁନାଥପୁର ବ୍ଲକ ଅନ୍ତର୍ଗତ ପୁରଣ ଗ୍ରାମରେ ଅଧିଷ୍ଠିତ ପ୍ରସିଦ୍ଧ ଦକ୍ଷୀଣେଶ୍ବରୀ ପୀଠରେ ମା’ଙ୍କର ପାଞ୍ଚ ଦିନ ବ୍ୟାପୀ ପ୍ରଥମ ଜନ୍ମବାର୍ଷିକୀ ମହାଯଜ୍ଞ ଶୁକ୍ରବାର ମହାସମାରୋହରେ ସମାପିତ ହୋଇଯାଇଛି। ଏହି ଯଜ୍ଞରେ ପ୍ରତାପ ପଟ୍ଟନାୟକ କର୍ତ୍ତା ଓ ନମୀତା ପଟ୍ଟନାୟକଙ୍କୁ କର୍ତ୍ତୀଭାବେ ବ୍ରଣ କରା ଯାଇଥିବା ବେଳେ ଅଭିଜ୍ଞ ପଣ୍ଡିତମାନେ ଯଜ୍ଞ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିଥିଲେ। ଅସମ୍ଭବ ଜନ ସମାଗମକୁ ଦୃଷ୍ଟିରେ ରଖି ଯଜ୍ଞ କମିଟି ପକ୍ଷରୁ ସଭାପତି ଖଗେଶ୍ବର ଦାଶ, ଗୁରୁ ନାରାୟଣ ମହାନ୍ତି, ରୁନୁ କିଶୋର ପଟ୍ଟନାୟକ, ସୁଶାନ୍ତ ପଟ୍ଟନାୟକ, ଗୈାତମ ପାଲିତ, କାର୍ଯ୍ୟନିର୍ବାହୀ ଅଧିକାରୀ ବ୍ରଜକିଶୋର ପଟ୍ଟନାୟକ,ତ୍ରିଲୋଚନ ମହାପାତ୍ର, ଜଗଦୀଶ ପଟ୍ଟନାୟକ ପ୍ରମୁଖ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ନେଇଥିଲେ। ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ଏହି ଯଜ୍ଞରେ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ। ଉଦଯାପନୀରେ ପୁର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଗୁଆଳିପୁର ସରପଂଚ ମନୋଜିନୀ ସାହୁ, ଅଭିନୟ ସାହୁ,ପୁରଣ ଓଡ଼ପଡ଼ା ସରପଂଚ ଶିବରାମ ସାହୁ,ରାଖାଲ ରାଉତ,ଭଗବାନ ସ୍ବାଇଁ ପ୍ରମୁଖ ତିନି ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁମାନେ ଯୋଗ ଦେଇ ମା’ଙ୍କର ଆଶିର୍ବାଦ ଭିକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁର୍ବତନ ସମିତି ସଭ୍ୟ ବିଦ୍ୟାଧର ମହାନ୍ତି, ପ୍ରତାପ ମହାନ୍ତି,ସଂଜୟ ମହାରଣା, ରତିକାନ୍ତ ମହାପାତ୍ର,ଶ୍ରୀଧର ସାହୁ, ନାରାୟଣ ବେହେରା, ଜଗନ୍ନାଥ ମହାନ୍ତି,ଉମେଶ ସ୍ବାଇଁ,ସୂର୍ଯ୍ୟକାନ୍ତ ପଟ୍ଟନାୟକ, ଦୁର୍ଗା ପ୍ରସାଦ ଦାସ, ସଂଜୟ ବାରିକ,ତ୍ରୀଲୋକରାଜ ଦାଶ, ସୋମେସ ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ।