ସମର୍ପଣ (ବୃଦ୍ଧାଶ୍ରମ) ବୁଲିଲେ ପାଞ୍ଚ ବିଧାୟକ

ନୟାଗଡ- ଅସହାୟ ମାନଙ୍କ ପାଇଁ ସହାୟ ହୋଇ ଠିଆ ହୋଇଥିବା ନୟାଗଡ଼ ଲେଖନପୁର ସ୍ଥିତ ବୃଦ୍ଧାଶ୍ରମ (ସମର୍ପଣ)କୁ ଆଜି ଅପରାହ୍ନ ୪ଟାରେ ପରିଦର୍ଶନ କରିଛନ୍ତି ପାଞ୍ଚ ବିଧାୟକ। ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଙ୍କ ସହିତ ଚାନ୍ଦବାଲି ବିଧାୟକ ବ୍ଯୋମକେଶ ରାୟ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଭଦ୍ରକ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ଓ ଜୁନାଗଡ଼ ବିଧାୟକ କ୍ଯାପଟେନ୍ ଦିବ୍ଯଶଙ୍କର ମିଶ୍ର ସମର୍ପଣ ଗୃହ ବୁଲି ଅନ୍ତେବାସୀ ମାନଙ୍କ ସହିତ କିଛି ସମୟ ବିତାଇଥିଲେ। ଆଶ୍ରମ ପରିସରରେ ଥିବା ପରିବା ବଗିଚା, ପ୍ଳେ ସ୍କୁଲ ବୁଲି ବହୁ ଆନନ୍ଦିତ ହେବା ସହିତ ଓଡିଶାର ଏକ ଅନନ୍ଯ ଅନୁଷ୍ଠାନ ବୋଲି ଅଭିବ୍ୟକ୍ତି ପ୍ରକାଶ କରିଥିଲେ। ବିଧାୟକ ମାନଙ୍କ ସହିତ ସମାଜସେବୀ ଶ୍ରୀକାନ୍ତ ଖଟେଇ,ଜିଲ୍ଲା ପରିଷଦ ସଭ୍ଯ କ୍ଷୀରୋଦ କୁମାର ମହାପାତ୍ର, ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ଦାମୋଦର ସାହୁ ଓ କୋଷାଧ୍ୟକ୍ଷ ଶ୍ରୀଧର ସାହୁ ଉପସ୍ଥିତ ଥିଲେ।
ରିପୋର୍ଟ- ରାମକୃଷ୍ଣ ରଥ