ପନ୍ଦର ଦିନ ଭିତରେ ଫନି କ୍ଷତିଗ୍ରସ୍ତଙ୍କୁ ତାଙ୍କର ଉଚିତ ଭରଣପୋଷଣ ପାଇଁ ଦାବୀ

ଜିଲ୍ଲାପାଳଙ୍କୁ ଭେଟି ପନ୍ଦର ଦିନ ଭିତରେ ଫନି କ୍ଷତିଗ୍ରସ୍ତଙ୍କୁ ତାଙ୍କର ଉଚିତ ଭରଣପୋଷଣ କରାନଗଲେ ବିରାଟ ଆନ୍ଦୋଳନ କରି ସରକାରୀ କଳ ଅଚଳ କରିଦେବେ ବୋଲି ଧମକ ଦେଇଛନ୍ତି ପ୍ରାକୃତିକ ବିପର୍ଯୟ କ୍ରିୟାନୁଷ୍ଠାନ କମିଟିର ଆବାହକ ବିହାରୀବନ୍ଧୁ ପଲାଇ ଓ ଫନି କ୍ଷତିଗ୍ରସ୍ତ ମାନେ l କିଛିଦିନ ତଳେ ପୁରୀଜିଲ୍ଲାର ଦୁଇହଜାର ରୁ ଉର୍ଦ୍ଧ ଫନି କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ l ଜିଲ୍ଲାପାଳ ସମର୍ଥ ବର୍ମା ତିନିଦିନ ଭିତରେ ସମସ୍ୟା ର ସମାଧାନ ପାଇଁ ଆଲୋଚନା କରିବେ କହି ପନ୍ଦର ଦିନ ହେବ କୌଣସି ଆଲୋଚନା କରିନଥିବାରୁ ଆଜି ଜିଲ୍ଲାପାଳଙ୍କୁ ଦେଖାକରି ବିରାଟ ଜନଆନ୍ଦୋଳନ ସୃଷ୍ଟି କରିବେ ବୋଲି ଧମକ ଦେଇଛନ୍ତି ସଙ୍ଘର ଆବାହକ ବିହାରୀବନ୍ଧୁ ପଲାଇ l