ଫାଟୁଆ ରୋଗ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଡେଲାଙ୍ଗ, ଜଟଣୀ ଅରଗୁଳ ସ୍ଥିତ ଜାତୀୟ ଫାଟୁଆ ରୋଗ ସଂସ୍ଥାନ ତଥା ଅନ୍ତରାଷ୍ଟ୍ରୀୟ ଫାଟୁଆ ରୋଗ କେନ୍ଦ୍ର ତରଫରୁ ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଘନିପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁସୂଚିତ ଜାତି ର ହିତାଧିକାରୀ ମାନଙ୍କୁ ନିତ୍ୟ ବ୍ୟବହାର ସାମଗ୍ରୀ ବଣ୍ଟନ କରାଯିବ ସହିତ ଫାଟୁଆ ରୋଗ ନିରାକରଣ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଘନିପୁର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପ୍ରତିମା ପାତ୍ର, ପଞ୍ଚାୟତର ଯୁବସମାଜ ସେବୀ ଶ୍ରୀନିବାସ ପାତ୍ର, ୱାଡ଼ ସଭ୍ୟା ସ୍ୱର୍ଣାଲତା ନାୟକ , ତିଳୋତ୍ତମା ବେହେରା , ୱାଡ଼ ସଭ୍ୟ ଓସିତ୍ ମହମ୍ମଦ ଯୋଗଦେଇ ଥିଲେ। ଅନ୍ତରାଷ୍ଟ୍ରୀୟ ଫାଟୁଆ ରୋଗ କେନ୍ଦ୍ରର ବରିଷ୍ଟ ବୈଜ୍ଞାନିକ ଡଃ ମନୋରଞ୍ଜନ ରାଉତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫାଟୁଆ ରୋଗ ନିରାକରଣ ଉପରେ ପଞ୍ଚାୟତ ବାସୀଙ୍କୁ ସଚେତନତା କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୩୭ ଜଣ ଅନୁସୂଚିତ ଜାତିର ହିତାଧିକାରୀ ମାନଙ୍କୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏଭଳି କାର୍ଯ୍ୟକ୍ରମ ପାଇଁ ସରପଞ୍ଚ ଶ୍ରୀମତୀ ପ୍ରତିମା ପାତ୍ର ଅନ୍ତରାଷ୍ଟ୍ରୀୟ ଫାଟୁଆ ରୋଗ କେନ୍ଦ୍ରକୁ ଧନ୍ୟବାଦ୍ ଦେବାସହିତ ଆଗକୁ ଏହି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଅଧିକରୁ ଅଧିକ ହୋଇପାରିବ ସମସ୍ତଙ୍କ ସହଯୋଗ କାମନା କରିଥିଲେ।