ପରିକ୍ରମା ପ୍ରକଳ୍ପ ପାଇଁ ଆଜିଠୁ ଗାଁ ଗାଁ ବୁଲିଲା ଶ୍ରୀଜଗନ୍ନାଥ ଅର୍ପଣ ରଥ

ସାରା ରାଜ୍ୟ ହେବ ଜଗନ୍ନାଥମୟ, ଘରୁ ଘରୁ ସଂଗ୍ରହ ହେବ ଗୁଆ ଓ ଅକ୍ଷତ। ପୁରୀରେ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ଶନିବାରଠୁ ଗାଁ ଗାଁ ବୁଲିଲା ଶ୍ରୀଜଗନ୍ନାଥ ଅର୍ପଣ ରଥ । ସାରା ରାଜ୍ୟ ହେବ ଜଗନ୍ନାଥମୟ, ଘରୁ ଘରୁ ସଂଗ୍ରହ ହେବ ଗୁଆ ଓ ଅକ୍ଷତ। ଏହି ଅବସରରେ କୋଣାର୍କ ଏନଏସି ପକ୍ଷରୁ ମଧ୍ଯ ଶ୍ରୀଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି। ଶନିବାର ଠାରୁ ତିନି ଦିନ ପର୍ଯ୍ୟନ୍ତ ଏନଏସି ରେ ଥିବା ୧୩ଟି ୱାର୍ଡର ଗାଁ ଗାଁରେ ବୁଲି ଘରୁ ଘରୁ ସଂଗ୍ରହ ହେବ ଗୁଆ ଓ ଅକ୍ଷତ। ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯାଉଛି। ନାମ ସଙ୍କୀର୍ତ୍ତନ ସହ ଜଗନ୍ନାଥ ମୟ ପରିବେଶରେ ଏହି ଭବ୍ୟ ରଥ ବୁଲୁଛି। ଏନଏସି ୪ନମ୍ବର୍ ୱାର୍ଡ ଶ୍ରୀ ରାମ ମନ୍ଦିର ନିକଟରୁ ଏହି ରଥର ଶୁଭାରମ୍ଭ କରାଯାଇଛି। ଅଧକ୍ଷା ସଂଯୁକ୍ତା ତ୍ରିପାଠୀ, ନିର୍ବାହୀ ଅଧିକାରୀ ଶ୍ରୀମତୀ ଶ୍ୱେତପଦ୍ମା ଧଳ, ଉପାଧ୍ୟକ୍ଷ ସୁରେଶ୍ ଚନ୍ଦ୍ର ରାଉତରାୟ ଓ ଯାଦବ ସଂଘ ସଭାପତି ଗୋପାଳ ଚନ୍ଦ୍ର ବେହେରାଙ୍କ ପ୍ରମୁଖ ଯୋଗ ଦେଇ ରଥ ପୂଜାର୍ଚ୍ଚନା ଓ ନଡ଼ିଆ ବାଡେଇ ଶୁଭାରମ୍ଭ କରିଥିଲେ । ଏଥି ସହିତ ସମସ୍ତ କାଉନସିଲର ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଶତାଧିକ ଶ୍ରଦ୍ଧାଳୁ ଓ ମହିଳା ମାନେ ଯୋଗଦେଇଥିଲେ।

କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ reporter

Leave a Reply

Your email address will not be published. Required fields are marked *