ବାସୁଦେବପୁର ନାଇକାଣିଡ଼ିହ ଅଞ୍ଚଳରୁ ବ୍ୟାପକ ମାତ୍ରାରେ ବିଦେଶି ଚୋରା ମଦ ଜବତ

ଭଦ୍ରକ :୯/୭-ବାସୁଦେବପୁର ନାଇକାଣିଡ଼ିହ ଅଞ୍ଚଳରେ ଦିନକୁ ଦିନ ମଦୁଆ ଏବଂ ଚୂରା ମଦ ବିକ୍ରି କରୁଥିବା ବିକ୍ରୟଙ୍କ ପରର୍ଦ୍ଧାଫାସ । ପ୍ରତ୍ୟେକ ଦିନ ବାସୁଦେବପୁର ତହସିଲ ଦାର ରାତି ହେଲେ ପେଟ୍ରୋଲିଙ୍ଗରେ ବାହାରି ଯାଆନ୍ତି ,ଗତ କାଲି ମଧ୍ୟ ସେ ନିଷ୍ପଦ ରାତି ୯ଟାରେ ନାୟକାଣି ଡିହ ଥାନା ଅଞ୍ଚଳରେ ଚେକିଙ୍ଗ କରୁଥିବା ସମୟରେ ଯୁବକ ସେହି ଅଞ୍ଚଳର ବିପୁଳ ମାତ୍ରାରେ ଚୂରା ମଦ ନେଇ ଯାଉଥିଲା, ଫଳରେ ତହସିଲଦାର ଚଢାଉ କରିଥିଲେ । କେବଳ ବିଦେଶି ମଦ ୩୦୦ ବୋଟଲ କାଟୁନ ଜବତ କରି ତାକୁ ଥାନାକୁ ମଧ୍ୟ ଆଣିଥିଲେ ,ଆନୁମାନିକ ବିଦେଶୀ ମଦ ର ମୂଲ୍ୟ ୨ ଲକ୍ଷ୍ୟ ହେବ ବୋଲି ଅନୁମାନ କରାଯାଇଛି । ଫଳରେ ଆଜି ଆସାମୀକୁ କୋର୍ଟ ଚାଳାନ କରାଯିବ ବୋଲି ଖବର ଆସିଛି । ଏନେଇ ବାସୁଦେବପୁର ର ତହସିଲଦାର ଏବଂ ସମସ୍ତ ଥାନାର ଅଧିକାରୀ ମାନେ ମଦ ଧରିବାରେ ଜୋରଦାର ପ୍ରୟାସ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *