ବନ ମହୋତ୍ସବ ୨୦୨୧ ପାଳିତ

“ମୁଁ ରହିଲେ ସୃଷ୍ଟି ରହିବ, ମୁଁ ହସିଲେ ତୁମେ ହସିବ” ଏହି ଉକ୍ତିକୁ ସାର୍ଥକ କରିବା ଉଦ୍ଦେଶ୍ୟରେ ମା’ ଫାଉଣ୍ଡେସନ, ନୟାଗଡ଼ ଆନୁକୂଲ୍ଯରେ ୱାର୍ଡ ନମ୍ବର ୧୧ ଯଦୁମଣି ନଗର ସାହିସ୍ଥିତ ପୋତା ପୋଖରୀ ପାର୍ଶ୍ଵରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ଜେନା ଯୋଗଦେଇ ବୃକ୍ଷ ରୋପଣ କରିଥିଲେ। ଆୟୋଜିତ ଏହି ବନ ମହୋତ୍ସବରେ ବରିଷ୍ଠ ସମାଜସେବୀ ଦାମୋଦର ସାହୁ, ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ, ପୂର୍ବତନ ନଗରପାଳ ଗୁରୁ ପ୍ରସାଦ ଜେନା, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, କବି ପ୍ରଭାତ କୁମାର ମିଶ୍ର, ଅନୁଷ୍ଠାନର ସଭାପତି ବସନ୍ତ କୁମାର ମିଶ୍ର ଓ ସହ ସମ୍ପାଦକ ବିଜୟାନନ୍ଦ ମହାପାତ୍ର, ସମାଜସେବୀ ବିପ୍ଳବ ସତ୍ଯ ସୁନ୍ଦର ଦାସ ସମେତ ବହୁ ପ୍ରକୃତିପ୍ରେମୀ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ରଞ୍ଜନ ରଶ୍ମି ଜେନା ଓ ଉପ ସଭାପତି ଗୋପୀନାଥ ସେଠୀ ପରିଚାଳନା କରିଥିଲେ। ଆଗାମୀ ଦିନରେ ଗଛଗୁଡିକର ନିରାପଦ ସଂରକ୍ଷଣ ପାଇଁ ଲୁହା ତାର ଜାଲି ଦ୍ବାରା ଆବଦ୍ଧ କରିବା ପାଇଁ ଅନୁଷ୍ଠାନ ତରଫରୁ ସ୍ଥିର କରାଯାଇଥିଲା।

Leave a Reply

Your email address will not be published. Required fields are marked *