ବନ ମହୋତ୍ସବ ଅନୁଷ୍ଠିତ

ରାୟଗଡ଼ା ତା ୧୭-୦୭-୨୩ କୋଲନରା ବ୍ଲକ ଅନ୍ତର୍ଗତ ପାର୍ବତୀ ନଗର ସ୍ଥିତ କସ୍ତୁରବା ଗାନ୍ଧୀ ଜାତୀୟ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜେକେ କାଗଜ କଳ ଓ ସମାଜ ଖବର କାଗଜ ମିଳିତ ପ୍ରୟାସରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ଜେକେ କାଗଜ କଳ ଲୋକ ସମ୍ପର୍କ ଓ ଦାୟିତ୍ଵ ବୋଧ ବିଭାଗର ପ୍ରବନ୍ଧକ ସ୍ମୃତି ରେଖା କାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ସମାଜର ଜିଲ୍ଲା ପ୍ରତିନିଧି ରଘୁ ନାଥ ପଟ୍ଟନାୟକ ଯୋଗ ଦେଇଥିଲେ । କାଗଜ କଳର ସି ଏସ ଆର୍ ଅଧିକାରୀ ହରି ହର ଖମାରୀ ଉତ୍ସବରେ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିଳୀମା ନନ୍ଦ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ରୀ ନିବାସୀ ପ୍ରମୁଖ ଅହଲ୍ୟା ଅପା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଏକ ଶହରୁ ଅଧିକ ଫଳ ଓ ଔଷଧୀୟ ଚାରା ଲଗା ଯାଇଥିଲା । ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଗଛ ଲଗାଇବା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସେହିପରି ବନବାସୀ କଲ୍ୟାଣ ଆଶ୍ରମ ପରିସରରେ ଜେକେ କାଗଜ କଳ ପକ୍ଷରୁ ଚାରା ରୋପଣ କରା ଯାଇଥିଲା ।

ରାୟଗଡାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *