ଇଣ୍ଡିଆନ କ୍ରିକେଟ ଟିମର ରୋମାଣ୍ଟିକ ହିରୋ ସଲିମ ଦୁରାନିଙ୍କ ପରଲୋକ, ଶୋକ ପ୍ରକାଶ କଲା କ୍ରିକେଟ ଜଗତ

ନୂଆଦିଲ୍ଲୀ,୨।୪: ପୂର୍ବତନ ଭାରତୀୟ କ୍ରିକେଟର ସଲିମ ଦୁରାନିଙ୍କ ପରଲୋକ ହୋଇଛି। ସେ ୮୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସଲିମ ଦୁରାନି ଭାରତୀୟ କ୍ରିକେଟ ଟିମରେ ଅଲରାଉଣ୍ଡର ଭାବେ ଖେଳୁଥିଲେ। ସେ ଆକ୍ରମଣାତ୍ମକ ବ୍ୟାଟିଂ ସହ ଅଫ ସ୍ପିନ ବୋଲିଂ ବି କରୁଥିଲେ। ସେ ତାଙ୍କ ସମୟରେ ଭାରତର ସବୁଠାରୁ ହ୍ୟାଣ୍ଡସମ କ୍ରିକେଟର ଥିଲେ। ତାଙ୍କୁ ଭାରତୀୟ କ୍ରିକେଟ ଟିମର ରୋମାଣ୍ଟିକ ହିରୋ ବୋଲି କୁହାଯାଉଥିଲା। ତାଙ୍କ ବିୟୋଗରେ କ୍ରିକେଟ ଜଗତରେ ଶୋକର ଛାୟା ଖେଳି ଯାଇଛି। କେତେଜଣ କ୍ରିକେଟର ତାଙ୍କ ସହ ବିତାଇଥିବା ସମୟକୁ ନିଜ ନିଜ ଢଙ୍ଗରେ ଶେୟାର କରିଛନ୍ତି।

ସଲିମ ଦୁରାନିଙ୍କ ଜନ୍ମ ୧୧ ଡିସେମ୍ବର ୧୯୩୪ରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ହୋଇଥିଲା। ତାଙ୍କର ପୁରା ନାଁ ଥିଲା ସଲିମ ଅଜିଜ ଦୁରାନି। ଜନ୍ମ ପରେ ସେ ଭାରତ ଚାଲି ଆସିଥିଲେ। ତାଙ୍କ ପିତା ଅବଦୁଲ ଅଜିଜ ଅବିଭାଜିତ ଭାରତ ପାଇଁ ୨ଟି ଅନଅଫିସିୟାଲ ଟେଷ୍ଟ ମ୍ୟାଚ ଅଷ୍ଟ୍ରେଲିଆ ବିରୋଧରେ ଖେଳିଥିଲେ। ବିଭାଜନ ପରେ ତାଙ୍କ ପିତା ଅବଦୁଲ ଅଜିଜ କ୍ରିକେଟ କୋଚ ଭାବେ କରାଚି ଚାଲିଯାଇଥିଲେ, ହେଲେ ସଲିମ ଦୁରାନି ତାଙ୍କ ମାଆଙ୍କ ସହ ଜାମନଗରରେ ରହିବାକୁ ଲାଗିଲେ। ଏହାପରେ ସଲିମ ରାଜସ୍ଥାନ ସିପ୍ଟ ହୋଇଯାଇଥିଲେ।

Leave a Reply

Your email address will not be published. Required fields are marked *