ବୃନ୍ଦାବନ ଚନ୍ଦ୍ର ବିଦ୍ୟାଳୟର ପୂର୍ବତନ ଶିକ୍ଷକଙ୍କ ପରଲୋକ .

ରଘୁନାଥପୁର ବ୍ଲକ ତଅଁରା ପଞ୍ଚାୟତର ବାଲିକୁଦା ଗ୍ରାମର ପୂର୍ବତନ ଶିକ୍ଷକ ୰ଦିବ୍ୟସିଂହ ରଥ ତାଙ୍କ ବାସଭବନ ବାଲିକୁଦାଠାରେ ତା: ୯:୦୩.୨୦୨୫ ରେ ଇହଲିଳା ସମ୍ବରଣ କରିଛନ୍ତି. ସେ ନିଜ ବାସଭବନରେ କ୍ରିକେଟ ମ୍ୟାଚ ଦେଖୁଥିବା ବେଳେ ହୃଦଘାତରେ ଶିକାର ହୋଇଛନ୍ତି . ମୃତ୍ୟୁବେଳଙ୍କୁ ତାଙ୍କୁ ଛୟାଅଶୀ ବୟସ ହୋଇଥିଲା.ସେ ଜଣେ ପରୋପକାରୀ, ମେଳାପି ଶିକ୍ଷକ ଥିଲେ. ସେ ୧୯୬୧ ରେ ତାଙ୍କର ଶିକ୍ଷକତା ଜୀବନ ଆରମ୍ଭ କରି ୧୯୯୮ରେ ଅବସର ଗ୍ରହଣ କରିଥିଲେ. ତାଙ୍କ ପାଖରେ ବହୁତ ଛାତ୍ର ଛାତ୍ରୀ ପାଠ ପଢୀ ବଡ ପଦ ପଦବୀରେ ଅବସ୍ଥାପିତ ହୋଇଛନ୍ତି . ତାଙ୍କ ବିୟୋଗରେ ତଅଁରା ଓ ରେଢୁଆ ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଛି . ତାଙ୍କ ବାଲିକୁଦା ଘରେ ତଅଁରା ପଞ୍ଚାୟତ ସରପଞ୍ଚ ,ଆଖପାଖ ଅଞ୍ଚଳର ବହୁ ମାନଗନ୍ୟ ବ୍ୟକ୍ତି ପହଞ୍ଚି ଗଭିର ଦୁଃଖ ପ୍ରକାଶ କରିବା ସହିତଶୋକସନ୍ତପ୍ତପରିବାରବର୍ଗଙ୍କୁସମବେଦନାଜ୍ଞାପନକରିଥିଲେ. ତାଙ୍କ ମରଶରୀରକୁ ଗ୍ରାମ ସ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ମୃତ୍ୟୁ ସମୟରେ ତାଙ୍କ ପାଖରେ ବଡ ପୁଅ ଦିଲିପ କୁମାର ରଥ, ସାନପୁଅ ଦିପେଶ ରଥ ଭଉଣୀ ଗୀତା ରଥ ନାତି ନାତୁଣୀ ,ଝିଅ, ଜ୍ବାଇଁ ଓ ପରିବାର ପ୍ରିୟ ପରିଜନ ଶେଷ ଦର୍ଶନ କରିବା ସହ ସଂସ୍କାର କାର୍ଯ୍ୟରେ ସାମିଲ୍ ହୋଇଥିଲେ .
ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ