ବଡ଼ଗାଁ ଗ୍ରାମରେ ଜନ୍ମ ହୋଇଛି ଚାରି ଗୋଡ଼ିଆ କୁକୁଡ଼ା ଚିଆଁ।

ଫୁଲବାଣୀ:ବାଲିଗୁଡ଼ା ବ୍ଲକ ଏନ଼ଏସି ୩ ୱାର୍ଡ଼ ବଡ଼ଗାଁ ଗ୍ରାମରେ ଜୈନିକ ବ୍ଯକ୍ତି କୁକୁଡ଼ା ପାଳନ କରିଥିବା ବେଳେ ଗତ କାଲି ୯ ଟି କୁଡୁଡ଼ ଚିଆଁ ଜନ୍ମ ହୋଇଛି । ସେଥି ମଧ୍ଯରୁ ଗୋଟିଏ ଚିଆଁର ଚାରୋଟି ଗୋଡ଼ ରହିଛି ୩୦ ବର୍ଷ କୁକୁଡ଼ା ଚାଷ କରିବା ପରେ. ପ୍ରଥମ ଥର ଏଭଳି ଏକ ଅଦ୍ଭୁତ ଚିଆଁ ଜନ୍ମ ହୋଇଥିବା କୁକୁଡ଼ା ପାଳନ କରୁଥିବା ବ୍ଯକ୍ତି ଜଣଙ୍କ ପ୍ରକାଶ କରିଛନ୍ତି ।ଗ୍ରାମରେ ଏହି ଖବର ପ୍ରଚାରିତ ହେବା ପରେ ଚିଆଁ କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି । ଅନ୍ଧ ବିଶ୍ଵାସରେ ଏହାକୁ କେହି ଏହାକୁ ଅଶୁଭ ର ଲକ୍ଷଣ କହୁ ଥିବା ବେଳେ କେହି ଏହାକୁ ମଜାଳିଆ ଭାବ ଚାଇନାରୁ ଆସିଥିବା କୁକୁଡ଼ା ଚିଆଁ ବୋଲି ବର୍ଣ୍ଣନା କରୁଛନ୍ତି ।