ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର

🪴 ପ୍ରେସ୍ ବିଜ୍ଞପ୍ତି 🪴 ବୋରିଗାଁ,କୁକୁଡାଖଣ୍ଡି ତା.୧୫ ଅଗଷ୍ଟ ୨୦୨୩, ମାନସ ପରିବାର ଚାରିଟେବୁଲ ଟ୍ରଷ୍ଟ ଓ ବୈଦ୍ୟନାଥ ମହାଦେବ ମନ୍ଦିର କମିଟି ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର, ବୋରିଗାଁ ଖଣ୍ଡିଆ ସାହି କୋଠଘର(କୁକୁଡାଖଣ୍ଡି) ଠାରେ ଆୟୋଜନ କରାଯାଇଛି. ଉକ୍ତ ଶିବିରକୁ ମାନସ ପରିବାର ଚାରିଟେବୁଲ ଟ୍ରଷ୍ଟ ମୁଖ୍ୟ ସ୍ୱାମୀ ଅଖିଳାନନ୍ଦ ଙ୍କ ସଭାପତିତ୍ୱରେ,ସମ୍ମାନନୀୟ ଅତିଥି ବୋରିଗାଁ ସମିତିସଭ୍ୟ ଶ୍ରୀ ସନ୍ତୋଷ କୁମାର ସାହୁ,ସମାଜସେବୀ ଶ୍ରୀ ତାରିଣୀ ଚରଣ ସାହୁ,ସମାଜସେବୀ ଶ୍ରୀ କାଳିଆ ସାହୁ ଉଦଘାଟନ କରିଥିଲେ ଏବଂ ମାନସ ପରିବାର ଚାରିଟେବୁଲ ଟ୍ରଷ୍ଟ ଓ ବୈଦ୍ୟନାଥ ମହାଦେବ ମନ୍ଦିର କମିଟି ର ସମସ୍ତ କାର୍ଯ୍ୟକାରୀ ସଦସ୍ୟଗଣ ଉପସ୍ଥିତ ହୋଇ ଦ୍ବୀପପ୍ରଜ୍ବଳନ ସହ କାର୍ୟକ୍ରମ ଆରମ୍ଭ କରିଥିଲେ. ଏଥିରେ ସମସ୍ତ ପ୍ରକାର ଚକ୍ଷୁ ର ପରୀକ୍ଷା ନିଃଶୁଳ୍କ କରାଗଲା. ମୋଟ ୭୭ ଜଣ ଙ୍କର ଚକ୍ଷୁ ପରୀକ୍ଷା କରଗଲା. ମୋଟ 7 ଙ୍କୁ ଚସମା ଦିଆ ଗଲା, ମୋଟ ୧୫ ଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଗଲା ଓ ସେହି ୧୫ ଜଣ ଙ୍କୁ ଅସ୍ତ୍ର ପଚାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ହସ୍ପିଟାଲ୍ କୁ ଯିବେ. ୮ ଜଣ ଙ୍କର ରେଟିନା ଚେକ ଅପ କରଗଲା. ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଷ୍ଟାଫ୍ ଶ୍ରୀ ନଳିନୀ କାନ୍ତ ରାଉତ (କ୍ୟାମ୍ପ ମ୍ୟାନେଜର), ଶ୍ରୀ ଦିଲ୍ଲୀପ ସେଠି (ଚିଫ ଅପଟୋମେଟ୍ରିଷ୍ଟ), ମିସ ପାୟଲ ଗୌଡ଼, ମିସ କଲ୍ୟାଣୀ ବିଷୋୟୀ (ଚକ୍ଷୁ ଟେକ୍ନିସିଆନ) ଓ ଶ୍ରୀ ରଘୁନାଥ ପାଢି ଶିବିର କୁ ପରିଚାଳନା କରିଥଲେ ,କାର୍ତ୍ତିକ ସାହୁ କୁକୁଡ଼ା ଖଣ୍ଡି

Leave a Reply

Your email address will not be published. Required fields are marked *