ସାଇ ସିଦ୍ଧି ଫାଉଣ୍ଡେସନ ତରଫରୁ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର କାର୍ଯ୍ୟକ୍ରମ।

ସାଇ ସିଦ୍ଧି ଫାଉଣ୍ଡେସନ ତରଫରୁ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର କାର୍ଯ୍ୟକ୍ରମ।
ସାଇସିଦ୍ଧି ଫାଉଣ୍ଡେସନ ତରଫରୁ ଆୟୋଜିତ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିଲା।ପ୍ରାୟ ୩୦୦ ରୁ ଅଧିକ ଲୋକ ଯୋଗଦାନ କରିଥିଲେ ଏବଂ ମାଗଣା ରେ ଔଷଧ ବଣ୍ଟନ ସହ ନିଶୁଳ୍କ ଫିସିଓଥେରାପି ସେବା ମଧ୍ୟ କରାଯାଇଥିଲା ଆଗାମୀ ଦିନ ମାନଙ୍କ ରେ ସାଇସିଦ୍ଧି ଫାଉଣ୍ଡେସନ ତରଫରୁ ଯଥାସମ୍ଭବ ଜନସେବା ମୂଳକ କାର୍ଯ୍ୟ ହାତକୁ ନିଆଯିବ ବୋଲି ସାଇସିଦ୍ଧି ଫାଉଣ୍ଡେସନ ର ଫାଉଣ୍ଡର ସାଇ ଶୁଭମ୍ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଆଡିସନାଲ ଡିଷ୍ଟ୍ରିଟ ମାଜିଷ୍ଟେଟ ରୋଜିନା ଦାସ ଡିଆରଡଏ ଚେୟାରମେନ ଇଂ. ଦେବାଶିଷ ପଟ୍ଟନାୟକ ସରପଞ୍ଚ ପାର୍ଥିନୀ ସ୍ଵପ୍ନେଶ୍ୱରି ସେଠୀ,ଅଶୋକ କୁମାର ନାୟକ ଉଦଘାଟନ କରିଥିଲେ। ମେଡ଼ିସିନ ବିଭାଗ ବିଶ୍ୱଜିତ୍ ମହାନ୍ତି, ଶିଶୁବିଭାଗ ଶୁଭ ସନ୍ଦୀପ ମହାନ୍ତି ଅସ୍ଥିଶଲ୍ୟ ବିଶେଷଜ୍ଞ ଦିଲ୍ଲିପ ନାୟକ ସର୍ଜରୀ ବିଭାଗ ଅଂଶୁମାନ ରଥ, ଡାକ୍ତର ଙ୍କ ଦ୍ଵାରା ଚିକିତ୍ସା କରାଯାଇଥିଲା।ସମାଜସେବୀ ଦାମ ସାର,ଭାଗୀରଥିବାଇ, ବିଜୟ କୁମାର ସାଥୁଆ,ନବ ସାର,ଦୁଯୈଧନ ବେହେରା,ଟୁନା ସାହୁ,ସଚ୍ଚିକାନ୍ତ ସାଥୁଆ ଉପସ୍ଥିତ ଥିଲେ।
ଦିବ୍ୟ ରଞ୍ଜନ ମିଶ୍ର ଙ୍କ ଦ୍ଵାରା ଫିଜୋଥେରାପି ସେବା ମାଗଣା ରେ ପ୍ରଦାନ କରାଯାଇଥିଲା । ଫାର୍ମାସୀ
ମନୋଜ କୁମାର ପଣ୍ଡା ସହଯୋଗ ରେ ଔଷଧ ବିତରଣ କରାଯାଇଥିଲା।
50 ରୁ ଉର୍ଦ୍ଧ ଫାଉଣ୍ଡେସନର ସଦସ୍ଯ ସହଯୋଗକରିଥିଲେ।
ଏହି କାର୍ଯ୍ୟକ୍ରମ ଫାଉଣ୍ଡେସନ ଅଧକ୍ଷ ସାଇ ଶୁଭମ, ଉପଦ୍ରେଷ୍ଟା ବିଶ୍ୱଜିତ୍ ପତି,ବିକାଶ ଦାସ ,ସ୍ବାଧୀନ କୁମାର ସାହୁ, ରୁଦ୍ରମାଧବ ଦାସ, ତାପସ ସାହୁ,ଞାନି ଦେବାଶିଷ,ମହାବୀର ପ୍ରଧାନ ,ସୌମ୍ୟ ସାହୁ ପ୍ରଫୁଲି ,ରୁଦ୍ର,ଟୁଟୁ ଅର୍ଜୁନ ସହଯୋଗ କରିଥିଲେ।ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ସାଇସିଦ୍ଧି ଫାଉଣ୍ଡେସନ ପକ୍ଷରୁ ଅବସର ରେ ପ୍ରତି ତିନି ମାସରେ ଥରେ ଏହିଭଳି କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ମିଳିଛି । ଏବଂ ଏହା ନିଶ୍ଚିତ ଅତି ସୁନ୍ଦର୍ ପଦକ୍ଷେପ।