ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିକୁଦା- ଏରସମା ନିର୍ବାଚନ ମଣ୍ଡଳୀ ର ଜୋନ -3 ଆମ୍ବଶାଳ ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଜୁ ଜନତା ଦଳର ଯୁବ ନେତା ସଂଜୀବ ବିଶ୍ୱାଳ ଙ୍କ ନେତୃତ୍ୱରେ ଶତାଧିକ ନେତା ଓ କର୍ମୀମାନେ ଏକତ୍ରିତ ହୋଇ ତୃଣମୂଳ ସ୍ତରରେ କିପରି ବିଜୁ ଜନତା ଦଳ ଅଧିକ ସଂଗଠିତ ଓ ଶକ୍ତିଶାଳୀ ହୋଇ ପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ତବେ ଆଗାମୀ 2024 ନିର୍ବାଚନ ରେ ଯୁବ ନେତା ସଂଜୀବ ବିଶ୍ୱାଳ ବାଲିକୁଦା- ଏରସମା ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳରୁ ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ଥିବା ଜଣାପଡିଛି । ତେବେ ସେ ଦଳରେ ଅଛନ୍ତି ଓ ଦଳ ଯାହା ନିଷ୍ପତ୍ତି ନେବ ସେ ତାକୁ ସମର୍ଥନ କରିବେ ବୋଲି କହିଛନ୍ତି । ବାଲିକୁଦା- ଏରସମା ନିର୍ବାଚନ ମଣ୍ଡଳୀ ରେ ଅନେକ ସମସ୍ୟା ରହିଛି, ସେ ସବୁକୁ ପ୍ରଥମେ ପ୍ରାଥମିକତା ଦେବେ ବୋଲି ଯୁବ ନେତା ସଞ୍ଜୀବ ବିଶ୍ୱାଳ କହିଛନ୍ତି ।

Leave a Reply

Your email address will not be published. Required fields are marked *