ଶ୍ରୀରାମ ସୁଗ୍ରୀବଙ୍କ ମିତ୍ରତା

ଶ୍ରୀରାମ ସୁଗ୍ରୀବଙ୍କ ମିତ୍ରତା
( ରାଗ — କୁମ୍ଭ କାମୋଦୀ )
🖊️କବିରତ୍ନ ନୂତନ କୁମାର ବେହେରା
ଦୁର୍ମତି ରାବଣ’ ସୀତାଙ୍କୁ
ହରଣ’ କରି ନେ’ବା ପରେ’,
ବନେ ବନେ ରାମ’ ଲକ୍ଷ୍ମଣ
ଭ୍ରମୁଥି’ଲେ ଅତି’ ଅଧିରେ’।।
କେଣେ ଚାଲିଗଲେ ଜାନକୀ
ନ ଦେଇ କିଛି ଯେ ବାରତା,
ଖୋଜି ଖୋଜି ହୋଇଲେ କ୍ଳାନ୍ତ
ନ ପାଇଲେ ତାଙ୍କର ପତ୍ତା।।
ବିତାଡ଼ିତ ହୋଇ ସୁଗ୍ରୀବ
ଜ୍ୟେଷ୍ଠ ଭାତ୍ରା ବାଳୀଠାରୁ ଯେ,
ଥିଲେ ଋଷ୍ୟମୂକ ପର୍ବତେ
ଭେଟଲେ ଶ୍ରୀରାମେ ସହଜେ।।
କଢାଇ ପଥ ହନୁମାନ
ରହି ସେ ବେନି ଭ୍ରାତା ସଙ୍ଗେ,
ବିଷାଦେ ସମ ଦୁଃଖ ବ୍ୟାଖ୍ୟା
କରିଲେ ବିତିଛି ଯା’ ଅଙ୍ଗେ।।
ରାମ ସୁଗ୍ରୀବେ ହୋଇ ଏକ
ସତ୍ୟ ବଚନେ ହେଲେ ମିତ୍ର,
ପରସ୍ପରର ଆଲିଙ୍ଗନେ
ପ୍ରକାଶିଲେ ନିଜ ଚରିତ୍ର।।
ସଂକଳ୍ପ କଲେ ଦୃଢ଼ ପଣେ
କରିବେ ନିଶ୍ଚେ ସେ ସାହାଯ୍ୟ,
ସୁଗ୍ରୀବଙ୍କ ପାଇଁ ଶ୍ରୀରାମ
କରିବେ ଯେ ଦୁଃସାଧ୍ୟ କାର୍ଯ୍ୟ।।
ସପ୍ତଶାଳ ବୃକ୍ଷକୁ ଛେଦି
ରଖିବେ ତାଙ୍କୁ ଯେ ଉଦ୍ଧାରି,
ବାଳୀକୁ ମାରି କିଷ୍କିନ୍ଧ୍ୟାରେ
ରଖିବେ ସୁଗ୍ରୀବ ଗୁହାରି।।
ବିନିମୟେ ସବୁ ବାନର
କରିବେ ସୀତାଙ୍କୁ ଯେ ଠାବ,
ହୋଇ ଜୀବନ ଯାକ ମିତ୍ର
ରଖିବେ ମିତ୍ରତାର ଭାବ।।
ତହୁଁ ସେ ହନୁମାନ ବୀର
ଲଙ୍ଘିଗଲେ ସମୁଦ୍ର ବକ୍ଷ,
ଲଙ୍କାରେ ସୀତାଙ୍କୁ ଯେ ଖୋଜି
ବାର୍ତ୍ତା ଦେଲେ ଆସି ପ୍ରତ୍ୟକ୍ଷ।।
ବାଳୀ ବଧି ସୁଗ୍ରୀବେ ରାଜା
କରିଲେ କିଷ୍କିନ୍ଧ୍ୟା କଟକେ,
ପାଇ ରାଜ୍ୟ ସାଥୀରେ ତାରା
ସୁଖରେ ରହିଲେ ମୁଲକେ।।
ବାନ୍ଧି ସେତୁ ବନ୍ଧ ସଙ୍ଗତେ
ରାବଣକୁ କଲେ ଯେ ବଧ,
ନ୍ୟାୟ ରଖି ସୀତା ଉଦ୍ଧାରି
ସାଧନ କଲେ ଯେ ଅସାଧ୍ୟ।।
ରାମ ଲକ୍ଷ୍ମଣ ସୁଗ୍ରୀବଙ୍କ
ମିତ୍ରତା ରହିଲା ଅମର,
ଭାବେ ଭାବଗ୍ରାହୀ ଶ୍ରୀରାମ
କଲ୍ୟାଣ କଲେ ସଂସାରର।।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨