ବକେୟା ଦରମା ନ ପାଇବାରୁ ଅତିଷ୍ଠ ହୋଇ ଶେଷରେ ଅଫିସ ସମୁଖରେ ଧାରଣା ଦେଲେ କର୍ମୀ

ଅଙ୍ଗନବାଡ଼ି କର୍ମୀଙ୍କ ଦରମା ନ ମିଳିବା ଯୋଗୁଁ ସମ୍ମନିତ ଶିଶୁବିକାଶ ଯୋଜନା ଅଫିସ ସମ୍ମୁଖରେ ଧାରଣାରେ ବସିଲେ ଅଙ୍ଗନବାଡ଼ି କର୍ମୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ରେ । ସୂଚନା ମୁତାବକ ତୁମୁଡିବନ୍ଧ ବ୍ଲକର କୁର୍ତ୍ତମଗଡ଼ ସେକ୍ଟର ପଡିକିଆ ଗ୍ରାମର ଅଙ୍ଗନବାଡି କାରନ୍ତି ବେବର୍ତା ଦୀର୍ଘ 8 ମାସ ହେବ ନିଜର ଦରମା କିମ୍ବା ଏସ୍ଏନପି ଆକାଉଣ୍ଟର ବକେୟା ଅର୍ଥ ନ ପାଇବାରୁ ଓ ବାରମ୍ବାର ନିଜ ଅଧିକାରୀଙ୍କୁ ଅଭିଯୋଗ କରି ସଫଳ ନ ହେବାରୁ ଶେଷରେ ଅତିଷ୍ଠ ହୋଇ ନିଜ ବ୍ଲକ ର କିଛି ଅଙ୍ଗନବାଡି କର୍ମୀଙ୍କୁ ନେଇ ସମ୍ମନ୍ବିତ ଶିଶୁବିକାଶ ଯୋଜନା ଅଫିସ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ସଂଘ ଓ କର୍ମୀଙ୍କ ଅଭିଯୋଗ ଯେ ଉକ୍ତ ଅଙ୍ଗନବାଡି କର୍ମୀଙ୍କ ବକେୟା ଦରମା ଦେବା ଓ ତୁମୁଡିବନ୍ଧ ବ୍ଲକର ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ଠିକ ଭାବରେ ଖାଦ୍ୟ ଯୋଗାଇବା ସହିତ ଏସ୍ଏନପି ଆକାଉଣ୍ଟର ବେକେୟା ଅର୍ଥର ବିଲ କରିବାକୁ ଦାବି ଉପସ୍ଥାପନା କରିଛନ୍ତ । ଏବଂ ପ୍ରତିକ୍ରିୟାରେ କହିଛନ୍ତି ଯେ ଆମର ଏହି ସମସ୍ୟାର ସମାଧାନ ନ ହେବା ଯାଏ ଆମେ ଧାରଣାରେ ବସିବୁ ବୋଲି କହିଛନ୍ତି ଅଙ୍ଗନବାଡି କର୍ମୀଙ୍କ ବ୍ଲକ ସଭାପତି।