ରାଜରାସ୍ତାରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

ରାଜରାସ୍ତାରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିଲେ ସରପଞ୍ଚ ମହାସଂଘ.ଭୁବନେଶ୍ୱର, ଆଜି ବିଧାନସଭା ସମ୍ମୁଖରେ ଗାନ୍ଧୀ ମାର୍ଗରେ ଦୀର୍ଘ 11 ଦିନ ଧରି 15 ଦଫା ସମ୍ବଳିତ ଦାବି ପୂରଣ ନିମନ୍ତେ ଧାରଣାରେ ବସିଥିବା ସରପଞ୍ଚ ମହାସଂଘ ମହାତ୍ମା ଗାନ୍ଧୀ ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳନ କରିଛନ୍ତି. ଏହି ଉପଲକ୍ଷେ ଧାରଣା ସ୍ଥଳରେ ଉଭୟ ଗାନ୍ଧୀ ଓ ଶାସ୍ତ୍ରିଜୀଙ୍କ ଫଟୋରେ ପୁଷ୍ପ ମାଲ୍ୟ ଦେଇ ଧୂପ ଦୀପ ଜାଳି ପୂଜା କରିଥିଲେ. ବହୁ ସଂଖ୍ୟାରେ ସରପଞ୍ଚ ଭାଇଭଉଣୀ ମାନେ ଏକାଠି ହୋଇ ଆଜି ଭଳି ପବିତ୍ର ଦିନରେ ଗାଁରେ ଲୋକମାନଙ୍କ ଦୁଃଖରେ ସାମିଲ ହୋଇ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ. ସରକାରଙ୍କ ଆଗଂତାନ୍ତ୍ରିକ ପଦକ୍ଷେପ ଓ କ୍ଷମତା ଅପହରଣ ଯୋଗୁଁ ଆମ ଅଧିକାର ଲଢେଇ ପାଇଁ ଆମେ ରାଜଧାନୀରେ ଧାରଣା ଦେଇଛୁ ବୋଲି ସରପଞ୍ଚ ମହାସଂଘ କହିଛି. ଗ୍ରାମାଞ୍ଚଳ ପ୍ରତିନିଧି ମାନଙ୍କୁ କ୍ଷମତା ଦିଆଯାଉନି, ସଂକୁଚିତ କରିଦିଆଯାଉଛି, ଗଣତନ୍ତ୍ରର ସୁରକ୍ଷା ନାହିଁ, ସରକାର ଆଇନ ପାଳନ କରୁନାହାନ୍ତି, ଦବଙ୍ଗ ଗିରି ଶାସନ ବିରୋଧରେ ଏବଂ ଅଧିକାର ନ ମିଳିବା ଯାଏ ଆମେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବୁ ବୋଲି କହିଛନ୍ତି ରାଜ୍ୟ ସରପଞ୍ଚ ସଙ୍ଘର ସଭାପତି ରୋମାଞ୍ଚ ସାହୁ. ଆଜିର ଏହି ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ସମସ୍ତ ସରପଞ୍ଚ ଭାଇ ଭଉଣୀ ମାନଙ୍କୁ ଅଭିନନ୍ଦନ ଓ ସୁଭେଚ୍ଛା ଜଣାଇବା ସହ ସରକାର ଆମ କ୍ଷମତା ଆମକୁ ଫେରାଇ ଦିଅନ୍ତୁ, ଆମେ ପ୍ରକୁତ ଗରିବ ଲୋକକୁ ଘର, ଭତ୍ତା ଓ ରାସନ କାର୍ଡ ଦେଇପାରୁନୁ, ଗ୍ରାସ ରୁଟରେ ଲୋକଙ୍କ ସହିତ ଅଛୁ କିନ୍ତୁ ଲୋକଙ୍କୁ କିଛି ସୁବିଧା କରିପାରୁନୁ ଆମକୁ ପୁର୍ଣ କ୍ଷମତା ଦେଲେ ଗାଁ ର ବିକାଶ ହେବ ବୋଲି କହିଛନ୍ତି ସରପଞ୍ଚ ମହାଶଙ୍ଘର ଉପସଭାପତି ଜାନକୀ ପ୍ରଧାନ. ଆଜି ସରକାରୀ କର୍ମଚାରୀ ମାନେ ଗ୍ରାମ ସଭା କରୁଛନ୍ତି ଯାହା ବେଆଇନ, ସରକାର ପଲି ସଭା ଗ୍ରାମ ସଭାକୁ ବେଖାତିର କରୁଛନ୍ତି, ସବୁ ଯୋଜନା ପଲିସଭା ଓ ଗ୍ରାମ ସଭାରେ ପାରିତ ହେବା ନିୟମ ଅଛି ସରକାର ସରପଞ୍ଚ ମାନଙ୍କୁ କ୍ଷମତା ଦିଅନ୍ତୁ ବୋଲି ଦାବି କରିଛନ୍ତି ସରପଞ୍ଚ ମହାସଙ୍ଘର କାର୍ଯ୍ୟକାରି ସଭାପତି ବୀରବର ସାହୁ.
Bijaya Nanda reporter