ଗାନ୍ଧୀବାଦୀ ରାମନାରାୟଣ ରାୟଙ୍କ ଜୟନ୍ତୀ।

ବନ୍ତ,ତା୨୧/୭:ଆଗରପଡ଼ା ମାହାଲ ରାଜ ବଂଶ ଉତ୍ତରାଧିକାରୀ ତଥା ଗାନ୍ଧୀବାଦୀ ରାମନାରାୟଣ ରାୟଙ୍କ ୮୫ତମ ଜୟନ୍ତୀ ଉତ୍ସବ କୋଭିଡ଼ କଟକଣା ମଧ୍ୟରେ ପାଳନ କରାଯାଇଛି । ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଅପରାହ୍ନରେ ସ୍ଥାନୀୟ ମାଧବଜୀଉ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସଭା ପ୍ରାରମ୍ଭରେ ଶ୍ରୀ ରାୟଙ୍କ ସୁସ୍ଥ, ନିରୋଗ, ଦୀର୍ଘଜୀବୀ କାମନା କରାଯାଇ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଶ୍ରୀ ରାୟ କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା ଥିଲେ । ବ୍ଲକ କଂଗ୍ରେସ ସଭାପତି ଓ ସରପଂଚ ଆଦି ବିଭିନ୍ନ ପଦପଦବୀରେ ନିଜେ ରହି କଂଗ୍ରେସ ସରକାର ସମୟରେ ସ୍ଥାନୀୟ ଅଂଚଳରେ ବହୁ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି । ଆଗରପଡ଼ା କଲେଜ ପ୍ରତିଷ୍ଠା ହେଉ ବା ସ୍ଥାନୀୟ ଅଂଚଳରେ ଟେଲିଫୋନ ସଂଯୋଗ ଆଦି ବ୍ୟବସ୍ଥା ହେବା ସମ୍ଭବ ପାଇଁ ତାଙ୍କ ଭୂମିକା ଅତୁଳନୀୟ । ସେ ଦୀର୍ଘ ବର୍ଷ ଧରି ସାମ୍ବାଦିକତା ମଧ୍ୟ କରିଥିଲେ । ସେ ଏକାଧାରରେ ଜଣେ ରାଜନେତା, ସାମ୍ବାଦିକ, ସମାଜସେବୀ ଓ ସର୍ବୋପରି ଜଣେ ଗାନ୍ଧୀବାଦୀ ମଣିଷ ବୋଲି ବକ୍ତାମାନେ ଅଭିହିତ କରିଥିଲେ । ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପଦ୍ମନ ରାୟ, ହାଇକୋର୍ଟ ଆଇନଜୀବୀ ମନୋଜ ରାୟ, ପୂର୍ବତନ ସରପଂଚ ରବିନ୍ଦ୍ର ପଣ୍ଡା, ବରିଷ୍ଠ ନାଗରୀକ ରାମ ଚନ୍ଦ୍ର ନାୟକ, ସତ୍ୟବ୍ରତ ରାୟ, ରାଜୀବ ଲୋଚନ ରାୟ, ବାଇଧର ସିଂହ, ଇଂ ଅମିୟ ରାମ, ସୁଶାନ୍ତ ଶତପଥି ଓ ପ୍ରଫୁଲ୍ଲ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ ।