ଜଟଣୀ ଗଣେଶ ମଣ୍ଡପରେ ବହୁ ରୁପ ଧାରୀ ପ୍ରଭୁ ଜଗନ୍ନାଥ ଶ୍ରଦ୍ଧାଳୁଙ୍କ ମନ ମୋହିଲେ

ଜଟଣୀର ପାର୍ବଣ କହିଲେ ବର୍ଷକୁ ଗୋଟିଏ ବଡ ପାର୍ବଣ ଗଣେଶ ପୁଜା। ପ୍ରଭୁ ଗଜାନନଙ୍କ ପୁଜା। ମଣ୍ଡପ କହିଲେ ଏକମାତ୍ର ମଣ୍ଡପ ଗଣେଶ ମଣ୍ଡପ। ଜଟଣୀରେ ସରକାରୀ ହିସାବରେ ୭୮ଟି ମଣ୍ଡପ। ସେଥି ମଧ୍ୟରୁ ମହାନ ବ୍ୟକ୍ତିତ୍ୱ ନାମରେ ଚାଲିଥିବା ଗୋପବନ୍ଧୁ ବଜାର। ଏହି ବଜାରର ସଭ୍ୟମାନେ ଏକ ନିଆରା ଢଙ୍ଗରେ ମଣ୍ଡପ କୁ ସଜାଇ ପ୍ରଭୁ ଗଜାନନଙ୍କ ପୂଜା ପାର୍ବଣ ମହା ଆଡମ୍ବର ରେ କରିଛନ୍ତି। ଏହି ପୁଜା ମଣ୍ଡପର କର୍ତ୍ତା ତଥା ସଭାପତି ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ସମ୍ପାଦକ ଶ୍ରୀ ବିଷ୍ଣୁ ପ୍ରସାଦ ରାଉତ, ଆଶିଷ କୁମାର ଅଗ୍ରୱାଲ, ସନ୍ତୋଷ କୁମାର ବାରିକ, ଜଟଣୀ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଶ୍ରୀ ରାଜେନ୍ଦ୍ର ପଟ୍ଟନାୟକ, ଶୁସାନ୍ତ ରାଉତ ପ୍ରବୃତ୍ତି ଅନ୍ୟ ସହକର୍ମୀ ମାନଙ୍କୁ ନେଇ ଏହି ପ୍ରଭୁ ଗଜାନନଙ୍କ ମଣ୍ଡପ ପୁଜା ପଦ୍ଧତି ଉଚ୍ଚକୋଟୀର ଭାବରେ କରାଯାଇଛି। ଏତଦବ୍ୟତୀତ ପ୍ରଭୁ ଗଜାନନଙ୍କ ପ୍ରାଙ୍ଗଣରେ ପ୍ରଭୁ ଜଗନ୍ନାଥ ୨୦ ପ୍ରକାର ବେଶରେ ବିରାଜମାନ କରିଛନ୍ତି। ଏହି ଜଗନ୍ନାଥ ବେଶ ସ୍ଥାପନା ପାଇଁ ସହଯୋଗ କରିଥିଲେ ପୁର୍ବ ତନ କାଉନସିଲର ଶ୍ରୀ ଲକ୍ଷ୍ମୀ ନାରାୟଣ ସ୍ୱାଇଁ। ଗୋଟେ ପଟେ ପ୍ରଭୁ ଗଜାନନ ଏକ ବର୍ଷ ଅପେକ୍ଷା କରିଥିବା ଶ୍ରଧାଳୁ, ଦର୍ଶକ ମାନଙ୍କ ମଙ୍ଗଳ କାମନା ନିମନ୍ତେ ସ୍ୱୟଂ ନିଜର ସିଂହାସନ ଛାଡି ପୃଥିବୀ ପୃଷ୍ଠ ଜଟଣୀରେ ୧୦ ଦିନପାଇଁ ବିରାଜମାନ କରି ଅପୂର୍ବ ଲିଳା ଖେଳାରେ ମାତିଥିବା ବେଳେ ସେପଟେ ପ୍ରଭୁ ଜଗନ୍ନାଥ ନିଜର ୨୦ ରୁପ ଧାରି ବେଶ, ଅରୁଣ ସ୍ତମ୍ଭ ଏବଂ ଭାଇ ଭଉଣୀ ସଙ୍ଗରେ ନେଇ ଜଟଣୀରେ ୧୯୵୦୯୵୨୦୨୩ ଦିନ ସକାଳୁ ପହଞ୍ଚି ଯାଇଛନ୍ତି, ଭକ୍ତ ମାନଙ୍କୁ ଆଶୀର୍ବାଦ ଦେବାପାଇଁ। ଜଟଣୀରେ ଚାଲିଛି କି ଅପୂର୍ବ ଲିଳା। ହଜାର ହଜାର ଶ୍ରଧାଳୁ ଓ ଭକ୍ତ ମାନଙ୍କ ମେଳରେ ପ୍ରଭୁ ଗଜାନନ ଏବଂ ପ୍ରଭୁ ଜଗନ୍ନାଥ ଙ୍କର ମହା ମିଳନ ଚାଲିଛି। ଏହି ପରିପ୍ରେକ୍ଷୀରେ ଗୋପବନ୍ଧୁ ବଜାର ଜଗନ୍ନାଥ ଚେତନା କମିଟିର ସଭ୍ୟ ମାନେ ମିଳିତ ଆନୁକୂଲ୍ୟରେ ପ୍ରତେକ ଦିନ ସନ୍ଧ୍ୟାରେ ନାମି ନାମି ଗିତିକାରଙ୍କ ଦ୍ଵାରା ଭଜନ ସମାରୋହର ଆୟୋଜନ କରାଇଛନ୍ତି। ତାହା ସହିତ ପ୍ରତେକ ଦିନ ସନ୍ଧ୍ୟାରେ ଉତ୍ତମ ବ୍ୟକ୍ତି ବିଶେଷ ଙ୍କୁ ଜଗନ୍ନାଥ ଚେତନାର ଫଟୋ ସହିତ ଉତରୀୟ ପ୍ରଦାନ କରୁଛନ୍ତି। ବିଘ୍ନେଶ୍ୱରଙ୍କ ପୁଜା ମଣ୍ଡପର ବିଷେଶ ଆକର୍ଷଣ ୬୫ କିଲୋ ଲଡୁ ପ୍ରଭୁଙ୍କୁ ଅର୍ପଣ କରାଯାଇଅଛି ଯାହାକୁ ଆସନ୍ତା ୨୭୵୦୯୵୨୦୨୩ ତାରିଖରେ ନିଲାମ କରିବା ପାଇଁ ପ୍ରସ୍ତାବ ନିଆଯାଇଛି।

Leave a Reply

Your email address will not be published. Required fields are marked *