ଗଣେଶ ପୂଜାରେ କୌଣସି ରାଜନୀତିକୁ ପ୍ରଶୟ ଦେବେ ନାହିଁ

ଜଟଣୀର ପ୍ରଭୁ ଗଜାନନଙ୍କ ପୂଜା। ଏହି ପୁଜା ଉତ୍ସବରେ କୌଣସି ବୈମାତୃକ ଭାବନା କିମ୍ୱା ରାଜନିତିକ ବାତାବରଣକୁ ପ୍ରଶୟ ନଦେବା ପାଇଁ ଜଟଣୀ ପୁଜା ମଣ୍ଡପର କର୍ମକର୍ତ୍ତାଙ୍କୁ ଆହ୍ଵାନ ଦେଇଥିଲେ ଶ୍ରୀ ସଂଗ୍ରାମ କେଶରୀ ରାଉତରାୟ ସଭାପତି ଭସାଣି ଉତ୍ସବ। ଏହି ବୈଠକରେ ଯୋଗ ଦେଇଥିଲେ ପାଇକ ଗୁରୁ ଶ୍ରୀ କାଶୀନାଥ ନାୟକ, ଶ୍ରୀ ଫକୁ ପଟ୍ଟନାୟକ, ଶ୍ରୀ ନଳିନୀ ସ୍ୱାଇଁ, ପୂର୍ବତନ କାଉନସିଲର ଶ୍ରୀ ଲୁସେନ ରାୟ, ଶ୍ରୀ ସୌମେନ୍ଦ୍ର ପଟ୍ଟନାୟକ, ଶ୍ରୀ ଶରତ ସାହୁ, ଶ୍ରୀ ସନ୍ତୋଷ ଚୌଧୁରୀ ପ୍ରବୃତ୍ତି ଯୋଗ ଦେଇଥିଲେ। ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାର ଭସାଣୀ କମିଟି ପକ୍ଷରୁ ସ୍ଥାନୀୟ ଶ୍ରୀବତ୍ସ ପାଠାଗାର ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ନିମନ୍ତ୍ରଣ କରି, ପ୍ରସ୍ତୁତି ବୈଠକ ଅନୁଷ୍ଠିତ କରାଇଥିଲେ। ଗଣେଶ ଭସାଣୀ ଉତ୍ସବ କମିଟିର ଅଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଚଳିତବର୍ଷ ପାରମ୍ପରିକ ଗଣେଶପୂଜାକୁ ରାଜନିତି କରାନଯାଉ ବୋଲି ବାରମ୍ବାର କହିଥିଲେ। କାରଣ ଗତବର୍ଷ କେତେକ ମେଢକୁ ସୀତାରାମ ଛକ ପରିବର୍ତେ ଆନ୍ଧ୍ରବ୍ୟାଙ୍କ ସମୁଖରୁ ବୁଲାଇ ନିଆଯାଇଥିଲା। ଯାହା ଦ୍ୱାରା ଉକ୍ତ ମେଢ ଭଷାଣୀ କମିଟି ପକ୍ଷରୁ ପ୍ରଦାନ କରାଯାଉଥିବା ସମ୍ବର୍ଦ୍ଧନାରୁ ବଞ୍ଚିତ ହୋଇଥିଲେ। ଶ୍ରୀ ରାଉତରାୟଙ୍କ କହିବା କଥା, ଦିର୍ଘବର୍ଷରୁ ସମସ୍ତ ପୂଜା ମଣ୍ଡପ ପ୍ରଶେସନ ରୋଷଣୀ ମାଧ୍ୟମରେ ସ୍ଥାନୀୟ ସୀତାରାମ ଛକ ପହଞ୍ଚି ସେଠାରୁ ବୁଲାଣି ହୋଇ ବିସର୍ଜନ ସ୍ଥଳକୁ ଯାଇଥାନ୍ତି। ହେଲେ ଗତବର୍ଷ ଏସବୁର ବିରାଟ ବିଶୃଙ୍ଖଳା ଦେଖାଯାଇଥିଲା। ସେହିପରି ଚଳିତବର୍ଷ ନୂତନଭାବେ ୧୬ଟି ପୁଜା ମଣ୍ଡପ ସାମିଲ୍ ହୋଇଥିବା ପୂଜା କମିଟି ଗୁଡିକୁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଉନାହିଁ। ଫଳରେ ଏନେଇ ସାଧାରଣରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିବା କହିଛନ୍ତି ଶ୍ରୀ ରାଉତରାୟ। ଚଳିତବର୍ଷ ମୁର୍ତି ବିସର୍ଜନ ପାଇଁ ସମସ୍ତ ପୂଜା କମିଟିମାନେ ଧାର୍ଯ୍ୟ ସମୟନୁଯାୟୀ ବାହାରି ସୀତାରାମ ଛକଠାରେ ପହଁଚିବାକୁ ଭଷାଣୀ କମିଟି ଅଧ୍ୟକ୍ଷ ଶ୍ରୀ ରାଉତରାୟ ନିବେଦନ କରିଛନ୍ତି। ଚଳିତବର୍ଷ ମୀନାବଜାର ଲାଗି ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ସମୟ ପ୍ରଦାନ କରାଯାଉଥିବା ବେଳେ ଭଷାଣୀ ଉତ୍ସବ ମଧ୍ୟ ରାତ୍ର ୧୧ଟା ପର୍ଯ୍ୟନ୍ତ କରାଯିବାଲାଗି କମିଶନରେଟ ପୁଲିସ ନିକଟରେ ଆବେଦନ କରାଯାଇଛି।
ଶ୍ରୀ ରାଉତରାୟ ଏବଂ ଗଣେଶ ମଣ୍ଡପର କର୍ମକର୍ତ୍ତା ମାନଙ୍କର ନିବେଦନ ଅଭିଯୋଗ କୁ ତର୍ଜମା କରି ପ୍ରସାଶନ ଅଧିକାରୀ ଚୁଡାନ୍ତ ନିଷ୍ପତ୍ତି ନେଇ ମଣ୍ଡପର କର୍ମକର୍ତ୍ତା ମାନଙ୍କୁ ସହୋଯୋ କରାଇ ପାରିଲେ ଶ୍ରଧାଳୁ ତଥା ଜଟଣୀ ବାସି ଖୁସି ହେବେ। ଶ୍ରୀ ରାଉତରାୟଙ୍କ ଏହା ଥିଲା ସାମ୍ବାଦିକ ଦ୍ଵାରା ପ୍ରଚାର କରିବା ମୁଖ୍ୟ ଉଦ୍ଦେଶ୍ୟ।
