ପ୍ରବାସୀଓଡ଼ିଆ ପାଳନକଲେ ମହାପ୍ରଭୁ ଶ୍ରୀ ଗଣେଶପୂଜା : ପୂଜାରେ ଯୋଗ ଦେଲେ କେନ୍ଦ୍ରରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶ୍ୱେସର ଟୁଡୁ

ରାଜଧାନୀ ଦକ୍ଷିଣ ଦିଲ୍ଲୀ ର ବସନ୍ତକୁଞ୍ଜ ନିକଟସ୍ଥ କିଶନଗଡ଼ କାର ବଜାର ନିକଟରେ ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ଭାବନା ମଧ୍ୟରେ ପ୍ରଥମ ବର୍ଷ ବିଘ୍ନବିନାଶନ ମହାପ୍ରଭୁ ଶ୍ରୀ ଗଣେଶ ଙ୍କ ପୂଜା ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାରମ୍ପରିକ ରୀତି, ନୀତି ମଧ୍ୟରେ ଗତକାଲି( ମଙ୍ଗଳବାର) ଦିନ ଅନୁଷ୍ଠିତ ହୋଇଯାଇଛି.ସାର୍ଥକ ଫାଉଣ୍ଡେସନ ର ଅଧକ୍ଷ ତଥା ମୁଖ୍ୟ ସଞ୍ଜୟ ମିଶ୍ର ଙ୍କ ତତ୍ତାବଧାନରେ ଆୟୋଜିତ ଏହି ପୂଜା ଉତ୍ସବ ରେ କିଶନଗଡ଼, ବସନ୍ତକୁଞ୍ଜ ଇଲାକା ରେ ରହୁଥିବା ଶତାଧିକ ପ୍ରବାସୀ ଓଡ଼ିଆ ସପରିବାର ସହ,ଓ ସ୍ଥାନୀୟ ଅଂଚଳ ର ହଜାର ହଜାର ଅଣଓଡ଼ିଆ ଏହି ପୂଜା ରେ ଯୋଗଦେଇ ମହାପ୍ରଭୁ ଶ୍ରୀ ଗଣେଶ ଙ୍କ ପୂଜାଅର୍ଚନା କରିବା ସହ ସମସ୍ତେ ସ୍ୱ ସ୍ୱ ଉଜ୍ଜଳ ଭବିଷ୍ୟତ କାମନା କରି ପ୍ରଭୁ ଙ୍କ ନିକଟରେ କୃପାଭିକ୍ଷା କରିଥିଲେ. ଆୟୋଜକ ମାନଙ୍କ ଦ୍ୱାରା ପୂଜା ମଣ୍ଡପ କୁ ବିଶେଷ ଆକର୍ଷଣୀୟ ତୋରଣ, ରଙ୍ଗବେରଙ୍ଗ ଆଲୋକମାଳା ରେ ସୁ ସଜ୍ଜିତ କରାଯାଇଥିବା ବେଳେ, ମଣ୍ଡପ ବାହାରେ ସମସ୍ତ ପଥଚାରୀ ଶ୍ରଦ୍ଧାଳୁ ମାନଙ୍କ ପାଇଁ ବିଶାଳ ଭଣ୍ଡାର ର ଆୟୋଜନ ହୋଇଥିଲା. ସେହିଭଳି ରାତି ରେ ଆଗନ୍ତୁକ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନ, ଡାଲମା, ପନିରମଟର ତରକାରୀ, ମିକ୍ସ ତରକାରୀ, ପୁରୀ, ରାଇତା, ଖିରି, ଖଟା ଭଳି ବିଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନ ଭୋଗ ଭକ୍ତ ମାନଙ୍କୁ ପରଷା ଯାଇଥିବା ଦେଖିବାକୁ ମିଳିଥିଲା. ସନ୍ଧ୍ୟାରେ କେନ୍ଦ୍ର ଜଳସମ୍ପଦ ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁ ଏହି ଉତ୍ସବ ରେ ଯୋଗ ଦେଇ ଅଗ୍ରପୂଜ୍ୟ ମହାପ୍ରଭୁ ଶ୍ରୀ ଗଣେଶ ଙ୍କୁ ଦର୍ଶନ କରିବା ସହ ପୁଷ୍ପାଞ୍ଜଳି ପ୍ରଦାନ କରି ସ୍ୱଳ୍ପ ସମୟ ବସି ଆୟୋଜକକାରୀ ମାନଙ୍କୁ ଉତ୍ସାହିତ କରିଥିଲେ. ପ୍ରବାସୀ ଓଡ଼ିଆ ମାନଙ୍କ ମିଳିତ ସହଯୋଗ ରେ ଏହିଭଳି ପୂଜା ର ଆୟୋଜନ କରାଯାଇଥିବାରୁ ଆୟୋଜକକାରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ. ସେହିଭଳି ସ୍ଥାନୀୟ ନିଗମ ପାର୍ଷଦ ଜଗମୋହନ ମେଲାବତ ମଧ୍ୟ ସନ୍ଧ୍ୟା ରେ ଏହି ପୂଜା ଉତ୍ସବ ରେ ଯୋଗ ଦେଇ ଠାକୁର ଙ୍କ ଦର୍ଶନ କରିବା ସହ ଆୟୋଜିକ ଙ୍କୁ ଉତ୍ସାହିତ କରିଥିଲେ. ଓ ପ୍ରସାଦ ସେବନ କରିଥିଲେ.ପୂର୍ବନ୍ନ ରୁ ବିଳମ୍ବିତ ରାତ୍ର ଯାଏ ଶ୍ରୀ ଗଣେଶ ଙ୍କ ପୂଜାଅର୍ଚନା, ହୋମ, ଆରତୀ, ମଧ୍ୟାନ୍ନ ଓ ରାତ୍ର ଭୋଗ ସହ ଅନ୍ୟlନ୍ୟ ନୀତିକାନ୍ତ ପୂଜକ ଆଚାର୍ଯ୍ୟ ଅଶୋକ ଶାସ୍ତ୍ରୀ ଙ୍କ ଦ୍ୱାରା କରାଯାଇଥିବା ବେଳେ ପୂଜା ର ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ଦିଗରେ ସାର୍ଥକ ପ୍ରଥୀଷ୍ଠାନ ର ଅଧକ୍ଷ ସଞ୍ଜୟ ମିଶ୍ର, ସମାଜସେବୀ ରଞ୍ଜନ ପାଣି, ସମ୍ପାଦକ ଶ୍ୟାମସୁନ୍ଦର ପୁହାଣ, ଦିଲୀପ ବାବୁ, ସଂଜୟ ସାହୁ ଓ ଅନ୍ୟlନ୍ୟ ପ୍ରମୁଖ ମୁଖ୍ୟ ଭୁମିକା ଗ୍ରହଣ କରିଥିବା ଜଣାଯାଇଛି.

ଦିଲ୍ଲୀ ରୁ ଲଷ୍ମୀ ନାରାୟଣ ବେବର୍ତ୍ତା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *