ଆଠ ବର୍ଷରେ କୈବଲ୍ୟ ନଗର ଗଣେଶ ପୂଜା

ଭଞ୍ଜନଗର ; ପ୍ରତି ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ସାରା ବିଶ୍ଵ ରେ ଗଜାନନ ଙ୍କ ପୂଜା ଉତ୍ସବ ପାଳିତ ହୁଏ। ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ମୁଜାଗଡ଼ ସ୍ଥିତ କୈବଲ୍ୟ ନଗର ଠାରେ ବଡ଼ ଧୁମ୍ ଧାମରେ ଗଜାନନ ଙ୍କ ପୂଜା ଆୟୋଜିତ ହୋଇଯାଇଛି। କୈବଲ୍ୟ ନଗର ଗଣେଶ ପୂଜା କମିଟି ତରଫରୁ ପ୍ରାୟ ଏକ ମାସ ପୂର୍ବ ରୁ ଅଗ୍ରପୂଜ୍ୟ ଆବାହନ କରି ଗଜାନନ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପରେ ଶ୍ରାବଣ ପୂର୍ଣ୍ଣିମା ଦିନ ବିଧି ଅନୁଯାୟୀ ଶୁଭ ଖୁଣ୍ଟି ସ୍ଥାପନ କରି ନିର୍ମାଣ କାର୍ଯ୍ୟ କୁ ତ୍ଵରାନିତ କରାଯାଇଥିଲା। ଗଣେଶ ପୂଜା କମିଟି ପକ୍ଷରୁ ମୂର୍ତ୍ତି ଶିଳ୍ପୀ ବେଣୁଧର ସ୍ୱାଇଁ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ। ଚତୁର୍ଥୀ ଦିନ ଆକର୍ଷଣୀୟ ସାଜସଜ୍ଜା ସହ ପ୍ରଭୁ ଙ୍କୁ ଆବାହନ କରାଯାଇଥିଲା ପ୍ରତି ବର୍ଷ ଏହି ପୂଜା କମିଟି ତରଫରୁ ଭିନ୍ନ ଭିନ୍ନ ପ୍ରକାରେ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥାଏ। ଚଳିତ ବର୍ଷ ରାଜା ବେଶ ରେ ପ୍ରଭୁ ଶ୍ରୀ ଗଜାନନ ଭକ୍ତ ଙ୍କୁ ଦର୍ଶନ ଦେଇଥିଲେ । ସୂଚନା ପ୍ରକାରେ ଦୀର୍ଘ ଏଗାର ଦିନ ଧରି ଠାକୁର ପୂଜା ପାଇବେ। ପୂଜା କମିଟି ତରଫରୁ ପ୍ରତି ଦିନ ସନ୍ଧ୍ୟାରେ ଆଳତି ସହ ଭୋଗ ର ବ୍ୟବସ୍ଥା କରାଯାଇଥାଏ। ପୂଜା କମିଟି ର ସଭାପତି ବଳରାମ ସାହୁ ଙ୍କ ନେତୃତ୍ୱ ରେ ପୂଜା ଆୟୋଜନ ହେବା ସହ ସମସ୍ତ କର୍ମ କର୍ତ୍ତା ସହଯୋଗ କରିଥିଲେ।