ଗଣେଶ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଖଣ୍ଡିୟ ବନାଧିକାରୀ ଙ୍କ କାର୍ଯ୍ୟଳୟ ପରିସର ମଧ୍ୟରେ ଗଣେଶ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ବିଭିନ୍ନ ରେଞ୍ଜରୁ କାର୍ଯ୍ୟରତ ବନ କର୍ମ ଚାରୀ ଅଂଶ ଗ୍ରହଣ କରି ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରୁଥିଲେ l ଆଦିବlସୀ ସମ୍ବଲପୁରୀ ଆଧୁନିକ ନୃତ୍ୟ ସଙ୍ଗୀତ ରେ ମଞ୍ଚ ଦୁଲୁକିଥିଲା l ବାଲିଗୁଡ଼ା ଓ କୋଟଗଡ ରେଞ୍ଜ ପକ୍ଷରୁ ଲୋକନୃତ୍ୟ ଓ କ୍ଷୁଦ୍ର ନାଟକ ମାଧ୍ୟମ ରେ ଜଙ୍ଗଲ କ୍ଷୟ ବନ୍ୟ ଜନ୍ତୁ ସୁରକ୍ଷା ଉପରେ ସଚେତନ ଧର୍ମୀ ନାଟକ ଉପସ୍ଥିତ ଦର୍ଶକ ଙ୍କ ମନ ମୋହିଥିଲା l ଡି ଏଫ୍ ଓ ବିଶ୍ୱରାଜ ପଣ୍ଡା ଏ ସି ଏଫ୍ ଓ ସମ୍ୟ ରଞ୍ଜନ ସାହୁ ମନୋରଞ୍ଜନ ବାଗ ପ୍ରଫୁଲ୍ଲ ମଲିକ ରେଞ୍ଜର ଅତୁଲ୍ୟ କୁମାର ମହାନ୍ତି ଉପସ୍ଥିତ ରହି କଳା ନୈପୁଣ୍ୟ ପ୍ରଦର୍ଶନ କରିଥିବା କଳାକାର ଙ୍କୁ ପୁରସ୍କୃତ କରିଥିଲେ l ଦୀର୍ଘ ଦଶ ବର୍ଷହେବ ଜଙ୍ଗଲ ପରିବେଶ ଓ ବନ୍ୟ ପ୍ରାଣୀ ଙ୍କ ସୁରକ୍ଷା ପାଇଁ ସଚେତନ କରୁଥିବା ଯୁବ ନାଟ୍ୟକାର ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଙ୍କୁ ବାଲିଗୁଡା ଡି ଏଫ୍ ଓ ବିଶ୍ଵରାଜ ପଣ୍ଡା ସମ୍ମାନିତ କରିଥିଲେ l ଫରେଷ୍ଟର ପ୍ରଭାତ କୁମାର ଦୋରା ଓ ଲିଜା ପଟ୍ଟନାୟକ କାର୍ଯ୍ୟକ୍ରମ କୁ ପରି ଚାଳନା କରିଥିଲେ l