ବାବା ଗଜାନନଙ୍କ ଆଗମନରେ ଚଳଚଞ୍ଚଳ ତାଳଚେର ସହର

ସାରା ଓଡିଶା ରେ ଗଣ ପର୍ବ କହିଲେ ସମସ୍ତେ ଜାଣିଛନ୍ତି କାହିଁକି ନା ତାଳଚେର ସହରରେ ପ୍ରସିଧ ଗଣେଶ ପୂଜା ପର୍ବ ଏବର୍ଷ ମଧ୍ୟ ଗା ଠୁ ଆରମ୍ଭ କରି ତାଳଚେର ଓ ଆଖ ପାଖ ଅଞ୍ଚଳରେ ପ୍ରାୟ 100 ଟି ମଣ୍ଡପରେ ପ୍ରଭୁ ଗଜାନନ ପୂଜା ପାଇଥାନ୍ତି । ସେଥିପାଇଁ ସବୁଠି ଚଳ ଚଞ୍ଚଳ ହୋଇ ଥାଏ ସହର ଏ ବର୍ଷ ମଧ୍ୟ ଗଣେଶ ପୂଜା ଲାଗି ସବୁ ପ୍ରକାର ପ୍ରବନ୍ଧ ଯୋର ସୋରରେ ଆରମ୍ଭ ହୋଇଗଲାଣି କାରଣ ଆଉ ଗୋଟେ ଦିନ ପରେ ପୂଜା ପାଇବେ ବାବା ଗଜାନନ ସେଥିପାଇଁ ମୂର୍ତ୍ତି ତିଆରି ପ୍ରାୟ ସରିବା ଉପରେ। ପୂଜା ଲାଗି ଷ୍ଟେଜ, ଆଲୋକସଜ୍ଜା ଓ ତୋରଣ ମାଳରେ ଆଦି କାର୍ଯ୍ୟ ମଧ୍ୟ ସରିଲାଣି। ପୂଜା ଅବସରରେ ବାହାରୁ ବ୍ୟବସାୟୀଙ୍କ ଭିଡ ମଧ୍ୟ ଦେଖିବାକୁ ମିଳୁଛି।
