ବନେଇକଳା ପଡିଆରେ ବହୁ ଆଡମ୍ବର ସହକାରେ ପାଳନ ହେଉଛି ଗଣେଶ ପୂଜା

ବନେଇକଳା ପଡିଆରେ ବହୁ ଆଡମ୍ବର ସହକାରେ ପାଳନ ହେଉଛି ଗଣେଶ ପୂଜା- ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଯୋଡା । ଖଣି ସହରରେ ସବୁଠି ଦେଖିବାକୁ ମିଳିଛି ଉତ୍ସବର ମାହୋଲ । ଯୋଡାର ବନେଇକଳା ଠାରେ ପ୍ରାୟ ୧୫ ଦିନ ଧରି ଧୁମଧାମରେ ପାଳନ ହୁଏ ଗଣେଶ ପୂଜା । ବନେଇକଳା ପୂଜା ମଣ୍ଡପରେ ଲୋକଙ୍କ ଭିଡ ଜମିବା ଆରମ୍ଭ ହୋଇଛି। ସକାଳୁ ସକାଳୁ ଗଣପତିଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଧାଡ଼ି ଧାଡ଼ି କରି ଛିଡ଼ା ହୋଇଥିଲେ । ବିଘ୍ନ ବିନାଶକଙ୍କ ପୂଜାକୁ ଯୋଡାବାସୀ ଅତ୍ୟନ୍ତ ଆଡମ୍ବର ଏବଂ ଭକ୍ତିପୂତ ଭାବେ ପାଳନ କରିଛନ୍ତି । ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ଘରେ, ଯୁବ ସଂଗଠନ ଓ ବିଭିନ୍ନ କ୍ଲବ ଗୁଡ଼ିକ ଗଣେଶ ପୂଜା ପାଇଁ ଉତ୍ସବ ମୁଖର ହୋଇପଡ଼ିଛି । ଯୋଡା ଥାନା ସମ୍ମୁଖ ଟାଟାଷ୍ଟିଲ ଖେଳପଡିଆରେ ବନେଇକଳା ଗଣେଶପୂଜା କମିଟି ଆନୁକୂଲ୍ୟରେ ସେପ୍ଟେମ୍ବର ୧୯ ତାରିଖ ଠାରୁ ଅକ୍ଟୋବୋର ୫ ତାରିଖ ପର୍ଯ୍ୟନ୍ତ ବହୁ ଆଡମ୍ବର ସହକାରେ ପାଳନ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କମିଟି ସମ୍ପୂର୍ଣ୍ଣ କରିସାରିଛି । ଏଥିସହିତ ପ୍ରାୟ ୧୫ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଗଣେଶ ପୂଜାର ମେଳାରେ ମୀନାବଜାର, ମ୍ୟାଜିକ,ବିଭିନ୍ନ ଦୋଳି ସମେତ ବ୍ରେକ ଡ୍ୟାନ୍ସ,ଡ୍ରାଗନ,ରାମ ଦୋଳି,ବିଭିନ୍ନ କୌତୁକିଆ ତଥା ମନରୋଞ୍ଜନ ଧର୍ମୀ ଛୋଟ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଦୋଳିମାନ ସହ ସୁସ୍ୱାଦୁ ଖାଦ୍ୟ ଓ ମନହୋରୀ ଷ୍ଟଲ ପଡିଛି । କମିଟି ପକ୍ଷରୁ ଚଳିତବର୍ଷ ସାଉଥର ଏକ ଶୈଳୀର ମୂର୍ତ୍ତୀ ନିର୍ମାଣ କରାଯାଇଛି । କମିଟି ଆଶା ରଖିଛି ମେଳାକୁ ଆସିଥିବା ଶ୍ରଦ୍ଧାଳୁ ମାନଙ୍କର ସମ୍ପୂର୍ଣ୍ଣ ମନୋରଞ୍ଜନ ନିଶ୍ଚିତ ହେବ । ଉକ୍ତ କମିଟି ସଭାପତି ନବ କୃଷ୍ଣ ମିଶ୍ର,ସାଧାରଣ ସମ୍ପାଦକ ସୁଶୀଲ ଦଳେଇଙ୍କ ସହ ସୁବାଷ ଗୋପ,ଗୋବିନ୍ଦ ମହାକୁଡ ଏବଂ ଅନ୍ୟମାନେ ପରିଚାଳନା କରୁଛନ୍ତି । ପ୍ରାୟ ୧୫ ଦିନ ବ୍ୟାପି ଚାଲିବାକୁ ଥିବା ଏହି ପ୍ରସିଦ୍ଧ ପୂଜା ଉତ୍ସବ ପ୍ରତ୍ୟେକ ସନ୍ଧ୍ୟାରେ ଭଜନସନ୍ଧ୍ୟା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ଚଳିତବର୍ଷ ଉକ୍ତ ପୂଜା ଉତ୍ସବ ୭ମ ବର୍ଷରେ ପଦାର୍ପଣ କରିଥିବା ବେଳେ ଚଳିତ ବର୍ଷ ଅଧିକ ଆକର୍ଷଣୀୟ କରାଯାଇଛି ବୋଲି କମିଟିର ସମ୍ପାଦକ ସୁଶୀଲ ଦଳେଇ ସୂଚନା ଦେଇଛନ୍ତି ।

ଯୋଡ଼ାରୁ ଭଗବାନ ଗିରିଙ୍କ ରେପୋର୍ଟ୍

Leave a Reply

Your email address will not be published. Required fields are marked *