କାନାଡା ପୋଲିସର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ସାମିଲ ହେଲେ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ

ଚଣ୍ଡିଗଡ଼,୨।୫: ପଞ୍ଜାବି ସିଙ୍ଗର ସିଦ୍ଧୁ ମୁସଓ୍ବୋଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡଙ୍କ ସମସ୍ୟା ବଢିବାରେ ଲାଗିଛି। କାନାଡା ପୋଲିସ ଦ୍ୱାରା ଜାରି କରାଯାଇଥିବା ୨୫ ମୋଷ୍ଟ ଓ୍ବାଣ୍ଟେଡ ଅଭିଯୁକ୍ତଙ୍କ ସୂଚିରେ ଗୋଲ୍ଡି ବରାଡଙ୍କ ନାମ ସାମିଲ କରାଯାଇଛି। ସେ ଏହି ତାଲିକାର ୧୫ ତମ ସ୍ଥାନରେ ରହିଛନ୍ତି। ତାଙ୍କ ଉପରେ ପୁରସ୍କାର ବି ରଖାଯାଇଛି। ସେଠାରେ ବି ତାଙ୍କ ଉପରେ ହତ୍ୟା ଅଭିଯୋଗ ରହିଛି।

ସୂଚନାଯୋଗ୍ୟ, ସିଙ୍ଗର ସିଦ୍ଧୁ ମୁସଓ୍ବୋଲାଙ୍କୁ ୨୯ ମେ’ ୨୦୨୨ରେ ହତ୍ୟା କରାଯାଇଥିଲା। ସେତେବେଳେ ସେ ଜଣେ ବନ୍ଧୁଙ୍କୁ ଭେଟିବାକୁ ଯାଉଥିଲେ। ଏହାପରେ ଫେସବୁକ ଜରିଆରେ ଗୋଲ୍ଡି ବରାଡ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟିଥିଲେ। ଏହି ମାମଲାରେ ଏବେ ସୁଦ୍ଧା ପୋଲିସ୨୯ ଜଣଙ୍କୁ ଗିରଫ କରି ସାରିଛ। ଅନ୍ୟପଟେ ଏହି ଘଟଣାରେ ସମ୍ପୃକ୍ତ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଛି।

Leave a Reply

Your email address will not be published. Required fields are marked *