ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦର ମୃତ।

ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ହାଇଦରର ମୃତ୍ୟୁ ଘଟିଛି। ବାଲେଶ୍ୱରର ଏକ ହସ୍ପିଟାଲରେ ହାଇଦର ଆଖି ବୁଜି ଦେଇଥିବା ସୂଚନା ମିଳିଛି।ପୋଲିସର ସୂଚନା ମୁତାବକ, ଶନିବାର ହାଇଦରକୁ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍‌ ନିଆଯାଉଥିଲା। ତା’ ସହିତ ଜଣେ ଇନ୍ସପେକ୍ଟର, ଜଣେ ସବ୍‌ଇନ୍ସପେକ୍ଟର ଓ ଏକ ସେକ୍ସନ ଫୋର୍ସ ଥିଲେ। ରାସ୍ତାରେ ପରିସ୍ରା ଯିବ କହି ହାଇଦର ଖସି ଯିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ପୋଲିସ ତାକୁ ଅଟକାଇବାକୁ ବାଧ୍ୟ ହୋଇ ଗୁଳି ଚଳାଇଥିଲା। କଟକ ଡିସିପି ପ୍ରତୀକ ସିଂହଙ୍କ ସୂଚନା ଅନୁସାରେ ହାଇଦରର ପେଟରେ ଗୁଳି ବାଜିଥିଲା। ତାକୁ ବାଲେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର ମାଲିକ୍ ସୁଲେମାନ୍‌ର ଭାଇ ସେକ୍ ଚୁନା ହତ୍ୟାକାଣ୍ଡ ଓ କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କ ଅପହରଣ ପରେ ହତ୍ୟା କରିଥିବା ଘଟଣାରେ ହାଇଦର ଭୁବନେଶ୍ୱର କୋର୍ଟଙ୍କ ଦ୍ୱାରା ଦୋଷୀ ପ୍ରମାଣିତ ହୋଇଥିଲା। ଦୋଷୀ ସାବ୍ୟସ୍ତ ହେବାପରେ ହାଇଦରକୁ ଆଜୀବନ ଜେଲ ଦଣ୍ଡ ମିଳିଥିଲା। ତାକୁ ପ୍ରଥମେ ସେ ବାରିମୂଳ ସବ୍‌ଜେଲ୍‌ରେ ରଖାଯାଇଥିଲା। ପରେ ହାଇଦରକୁ ସମ୍ବଲପୁର ଜେଲ୍ ସ୍ଥାନାନ୍ତର କରାଯାଇଥିଲା।କିଛି ଦିନ ତଳେ ଅସୁସ୍ଥତା କାରଣରୁ ହାଇଦରକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏପ୍ରିଲ ୧୦ରେ ସେ ସେଠାରୁ ଖସି ପଳାଇଥିଲା। ଏପ୍ରିଲ ୬ରେ ତେଲାଙ୍ଗାନାରୁ ତାକୁ ଧରାଯାଇଥିଲା।

Leave a Reply

Your email address will not be published. Required fields are marked *