ଗ୍ୟାସ୍ ସିଲିଣ୍ଡର ମଧ୍ୟରେ ଗଞ୍ଜେଇ ଚାଲାଣ

ଅଭିନବ ଉପାୟରେ ଗ୍ୟାସ୍ ସିଲିଣ୍ଡର ମଧ୍ୟରେ ଗଞ୍ଜେଇ ଚାଲାଣ ବେଳେ କଳିଙ୍ଗା ଘାଟିରୁ ଅବକାରୀ ଗୁଈନ୍ଦା ବିଭାଗ ଦ୍ବାରା ୩ ଅଭିଯୁକ୍ତ ଗିରଫ ଓ ୨୭କେଜି ଗଞ୍ଜେଇ ଜବତ। ଆଜି ବ୍ରହ୍ମପୁର ଅବକାରୀ ଗୁଈନ୍ଦା ବିଭାଗ ପକ୍ଷରୁ ଭଞ୍ଜନଗର ଥାନା ଅନ୍ତର୍ଗତ କଳିଙ୍ଗା ଘାଟି ନିକଟରୁ 3 ଅଭିଯୁକ୍ତଙ୍କୁ ଗଞ୍ଜେଇ ଚୋର ଚାଲାଣ ସମୟର ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ୩ ଅଭିଯୁକ୍ତ ଏକ ଗ୍ୟାସ୍ ସିଲିଣ୍ଡର ମଧ୍ୟରେ ୨୭କେଜି ଗଞ୍ଜେଇ ଭର୍ତ୍ତି କରି କନ୍ଧମାଳ ଜିଲ୍ଲାର ଫୁଲବାଣୀ ରୁ ଭୁବନେଶ୍ୱର ଅଭିମୁଖେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଖବର ପାଇ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଏକ ସ୍ଵତନ୍ତ୍ର ଟିମ ଗଞ୍ଜାମ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟି ଠାରେ ଚଢ଼ାଉ କରି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲେ । ଚଢାଉ ସମୟରେ ସେମାନଙ୍କ ଠାରୁ ୨୭ କେଜି ଗଞ୍ଜେଇ ଠାବ କରାଯାଇଛି। ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯିଥିବା ସୂଚନା ମିଳିଛି।ଗିରଫ ଅଭିଯୁକ୍ତ ମାନେ ହେଲେ ଜଗତସିଂହପୁର ଅଞ୍ଚଳର ମନୋଜ କୁମାର ସାହୁ , କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ସୁଦର୍ଶନ ଦିଗାଲ ଓ ପୁରୀ ପିପିଲି ଅଞ୍ଚଳର ଜଏନ ବେହେରା ବୋଲି ଜଣାପଡିଛି। ଅବକାରୀ ବିଭାଗର ସବ୍ଇନ୍ସପେଟର୍ ଅଶୋକ କୁମାର ସାହୁ, ଏସ ଆଇ ସୁରେନ୍ଦ୍ର ପ୍ରଧାନ କପିଳେନ୍ଦ୍ର ଭଦ୍ରା ପ୍ରମୁଖ ଏହି ଚଢ଼ାଉରେ ସାମିଲ ଥିଲେ। ଆସନ୍ତା କାଲି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *