ଗଞ୍ଜାମ ପୁଅ ଜ୍ୟୋତିର୍ମୟ ପଟ୍ଟନାୟକ ପାଇଲେ ଜାତୀୟ ପୁରସ୍କାର
ଗଞ୍ଜାମ ପୁଅ ଜ୍ୟୋତିର୍ମୟ ପଟ୍ଟନାୟକ ପାଇଲେ ଜାତୀୟ ପୁରସ୍କାର।ବୁଗୁଡା: ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଏକ ନମ୍ବର ୱାର୍ଡ କାଞ୍ଜିଆପଲି ଗ୍ରାମ ନିବାସୀ ପ୍ରାକ୍ତନ ସେନା ସେବା ନିବୃତ କର୍ମଚାରୀ ପିତା ପ୍ରମୋଦ କୁମାର ପଟ୍ଟନାୟକଙ୍କର ଜ୍ୟେଷ୍ଠ ପୁତ୍ର ଜ୍ୟୋତିର୍ମୟମୟ ପଟ୍ଟନାୟକ ଅଟନ୍ତି। ତେବେ ଶ୍ରୀ ପଟ୍ଟନାୟକ ବର୍ତ୍ତମାନ ହାଇଦ୍ରାବାଦରେ ସ୍ଥିରଚିତ୍ର ସାଧନ କ୍ଷେତ୍ରରେ ନିୟୋଜିତ।
ତେବେ ପୂର୍ବରୁ ଶ୍ରୀ ପଟ୍ଟନାୟକଙ୍କର ଅନେକ କଳାକୃତି ଓଡିଶା ଲଳିତ କଳା ଏକାଡେମୀ ତରଫରୁ ଓଡିଶା ଏବଂ ଓଡିଶା ବାହାରେ ଅନେକ ଥର ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରସଂସିତ ହୋଇଅଛି। ତେବେ ବର୍ତ୍ତମାନ ତେଲେଙ୍ଗାନା ରାଜ୍ୟ ସରକାରଙ୍କ ତରଫରୁ ଆୟୋଜିତ ଜାତୀୟ ସ୍ତରୀୟ ଏକ ସମସାମୟୀକ ଜାତୀୟ ଚିତ୍ରକଳା ପ୍ରଦର୍ଶିନୀରେ ପ୍ରଦର୍ଶିତ ହୋଇ ଶ୍ରେଷ୍ଠ ଚିତ୍ରକଳା ବିଭାଗରେ ଚୟନ ହୋଇ ପୁରସ୍କୃତ ହୋଇଅଛି। ତେବେ ଏହି କାର୍ଯ୍ୟକ୍ରମ ହାଇଦ୍ରାବାଦ ଷ୍ଟେଟ ଆର୍ଟ ଗଲେରୀ ଅଫ ଫାଇନ ଆର୍ଟ ପରିସରରେ ଅନୁଷ୍ଟିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଶ୍ରୀ ଜୁପାଲି କ୍ରିଷ୍ଣା ରାଓ ଗାରୁ ଏବଂ ହାଇଦ୍ରାବାଦ ଆର୍ଟ ସୋସାଇଟିର ସଭାପତି ଶ୍ରୀ ଏମ. ଭି. ରମଣା ରେଡ୍ଡୀ ତଥା ଅନେକ ଉଚ୍ଚସ୍ତ ପଦାଧିକାରୀଙ୍କର ଉପସ୍ଥିତିରେ ପୁରସ୍କାର ବିତରଣ ଉତ୍ସାବରେ ଶ୍ରୀ ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପ୍ରଦର୍ଶିନୀରେ ସାରା ଭାରତରୁ ପ୍ରାୟ ୪୮୦ ଚିତ୍ର ଶିଳ୍ପୀଙ୍କ ଚିତ୍ର ସ୍ଥାନିତ ହୋଇଥିଲା। ଏଥି ମଧ୍ୟରୁ ଆମ ରାଜ୍ୟ ଓଡ଼ିଶାର ବୁଗୁଡାର ଚିତ୍ରଶିଳ୍ପୀ ଶ୍ରୀ ଜ୍ୟୋତିର୍ମୟ ପଟ୍ଟନାୟକଙ୍କର ଚିତ୍ର ଅଜ୍ଞାତକୁ ଯାତ୍ରା ଶ୍ରେଷ୍ଠ ଚିତ୍ର ଭାବରେ ବିଚାରକ ଏବଂ ଦର୍ଶକଙ୍କ ପସନ୍ଦର ଚିତ୍ର ଭାବରେ ପୁରସ୍କୃତ ହୋଇଛି। ଏଭଳି ଏକ ଏତେ ବଡ ଜାତୀୟ ପ୍ରତିଯୋଗିତାରେ ଓଡ଼ିଆ ପୁଅଙ୍କର ସଫଳତା ପାଇଁ ତାଙ୍କୁ ରାଜ୍ୟ ତଥା ଦେଶ ଏବଂ ଦେଶ ବାହାରୁ ଅନେକ ନାମୀ ଚିତ୍ରଶିଳ୍ପୀ ବନ୍ଧୁଙ୍କ ତରଫରୁ ଶୁଭେତ୍ସାର ସୁଅ ଛୁଟୁ ଥିବା ବେଳେ। ଶ୍ରୀ ପଟ୍ଟନାୟକ ଏହି ସଫଳତାର ଶ୍ରେୟ ତାଙ୍କର ବାପା ମାଁ ପରିବାର ଗୁରୁ ଶ୍ରୀ ବଳଦେବ ମହାରଥା, ପ୍ରଦୋଷ ସ୍ୱାଇଁ ଓ ସ୍ତିତଧି ରଥଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି। ଆଗାମୀ ଦିନ ମାନଙ୍କରେ ଗଞ୍ଜାମର ପାରମ୍ପରିକ ଚିତ୍ରକଳା ଓ ନୂତନ କଳାକାର ସୃଷ୍ଟି ଦିଗରେ ସେ ନିଜର କାର୍ୟ୍ଯ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି।
Special thanks to Sanyashi Maharana bhai and the Teerthkhetra team for their invaluable contributions. I’m delighted to express my appreciation for the excellent article. Jai Ganjam, Jai Odisha!💕🙏🏼
Jm.Pattnayak
Mobile no – 9110340237