ଗଞ୍ଜାମ ଜିଲ୍ଲାରେ ମହାବଳ ବାଘ ପରେ ହାତୀ ଆତଙ୍କ
ଗଞ୍ଜାମ ଜିଲ୍ଲାରେ ମହାବଳ ବାଘ ପରେ ହାତୀ ଆତଙ୍କ ବ୍ରହ୍ମପୁର:-୧୫/୧୧ ଗଞ୍ଜାମ ଜିଲ୍ଲା ବନାଅଞ୍ଚଳ ରେ ବର୍ଷ ତମାମ ବାରାହ ଉପଦ୍ରବ ଲାଗିଥିବା ବେଳେ କିଛି ଦିନ ହେଲା ମହାରାଷ୍ଟ୍ର ର ମହାବଳ ବାଘ ଚିକିଟି ଓ ଦିଗପହଣ୍ଡି ବନାଅଞ୍ଚଳ ରେ ବୁଲି ବା ସହ ୬ରୁ ଉର୍ଦ୍ଧ ଛେଳି ଓ ଗାଇ ଶିକାର କରିଥିବା ଅଭିଯୋଗ ହୋଇଥିଲା l ପୁଣି ତିନିଟି କିଆ ହାତୀ ପୋଲ ଚିକିଟି ଓ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ଗ୍ରାମରେ ରେ ଥିବା ଚାଷ ଜମି ରେ ପସି ଧାନଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି lହାତୀ ପୋଲ ଚିକିଟୀ ବ୍ଲକ କେ ନୂଆଗାଁ ଗ୍ରାମ ପଞ୍ଚାୟତଅନୁର୍ଗତ ରତନେଶ୍ଵରୀ ମନ୍ଦିର ଅଞ୍ଚଳରେ ବିଳମ୍ବିତ ରାତିରେ ଚିକିଟୀ ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ କରୁଥିବା ବେଳେ ୩ ଟିକିଆ ହାତୀ କଳିଙ୍ଗଦଳା ଡ୍ୟାମନିକଟରେ ଥିବା ଦେଖିଥିଲେ । ଫରେଷ୍ଟ ଗାର୍ଡମାନଙ୍କ ପ୍ରଚେଷ୍ଟା ପରେ ସେଠାରୁ ହାତୀରତନେଇ ପାହାଡ଼ ପାଦଦେଶ ଆଡକୁ ଫେରିଥିବାଜଣାପଡିଛି।
ଅନ୍ୟପକ୍ଷରେ ୩ ଟିକିଆ ହାତି ଡ୍ୟାମଠାରୁ ରତନେଇ ପାହାଡ଼କୁ ଯିବା ରାସ୍ତାରେ ଥୂବା ବହୁଧାନ ଫସଲ ନଷ୍ଟ କରିଥିବା ସ୍ଥାନୀୟ ଚାଷୀମାନେ ଦିଗପହଣ୍ଡି ବନ ବିଭାଗ ଅଧିକାରୀ ଙ୍କୁ ଜଣାଇଥିବା କହିଛନ୍ତି lବର୍ତ୍ତମାନ ଚିକିଟୀ ବନାଅଞ୍ଚଳରେ ତିନି ଟିକିଆ ହାତୀପୋଲ ବୁଲୁ ଥିବା ରେଞ୍ଜରକହିଛନ୍ତି । ବନ ବିଭାଗ ପକ୍ଷରୁ ହାତୀପୋଲର ଗତିବିଧୂ ଉପରେ କଡ଼ା ନଜର ରଖୁଥୁବା ଓସନ୍ଧ୍ୟା ସମୟରେ ପେଟ୍ରୋଲିଂ କଡାକଡି କରାଯାଉଥିବା ସହ ଆଖ ପାଖ ଅଞ୍ଚଳରେ ଲୋକଙ୍କୁ ସତର୍କ ରହିବା ପାଇ ଡ଼ାକବାଜି ଯନ୍ତ୍ର ଦ୍ଵାରା ସତର୍କ ସୂଚନା ଦିଆଯାଉଥିବା ଦିଗପହଣ୍ଡି ବନାଞ୍ଚଳ ଅଧୂକାରୀ ସୂଚନା ଦେଇଛନ୍ତି।