ଅବକାରୀ ବିଭାଗ ପକ୍ଷରୁ ବୋଲର ସହ ବିପୁଳ ପରିମାଣ ରେ ବେଆଇନ ଗଞ୍ଜେଇ ଜବତ

କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚାଷ ଏବଂ ଚୋରା ଚାଲାଣ ବୃଦ୍ଧି ପାଉଛି ଆଜି ସକାଳୁ ଗାଡ଼ି ନମ୍ବର ଓ ଡି 12-2467 ନମ୍ବର ଯୋଗେ ବାଲିଗୁଡ଼ାରୁ ଦୃତ ଗତିରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗର କର୍ମଚାରୀ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବାଲିଗୁଡ଼ାରେ ଅଟକାଇ ଥିଲେ କିନ୍ତୁ ମାଫିଆ ଜଣକ ଦୃତ ଗତି ରେ ପଳାଇ ଥିଲା ବୁଲୋର କୁ ପିଛା କରି ବାରଖମା ବିରାଗାଡା ନିକଟ ରେ ଧରିଥିଲେ l ବୁଲୋର୍ ସହ ସାଠିଏ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ଅବକାରୀ ଟିମ୍ ଏବଂ ବାଲିଗୁଡ଼ା ଭଗା ମୁଣ୍ଡାର କୁଖ୍ୟାତ ଗଞ୍ଜେଇ ମାଫିଆ ସୋମ୍ୟରଂଜନ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଏହାର ଆନୁମାନିକ ମୂଲ୍ୟ ଦଶଲକ୍ଷ ରୁ ଉର୍ଦ୍ଧ ହେବବୋଲି ଅବକାରୀ ଇନିସପେକ୍ଟର ପୁର୍ଣ୍ଣ ଚନ୍ଦ୍ର ବେହେରା କହିଛନ୍ତି l ସୂଚନାଯୋଗ୍ୟ ଯେ ଗଞ୍ଜେଇ ମାଫିଆ ସୋମ୍ୟ ରଂଜନ ପ୍ରଧାନଙ୍କ ନାଁ ରେ ବିଭିନ୍ନ ଥାନାରେ ମାମଲା ରହିଛି କିଛି ଦିନ ତଳେ ଫିରିଙ୍ଗିଆ ପୋଲିସ୍ ଗଞ୍ଜେଇ ଚାଲାଣ ଅଭିଯୋଗ ରେ ଗାଡ଼ି ସହିତ ଏକ କୁଇଣ୍ଟାଲ ପଚିଶ କିଲୋଗ୍ରାମ ଗଞ୍ଜେଇ ଜବତ କରି ଜେଲ ପଠାଇ ଥିଲେ l ଜେଲ ରୁ ଫେରି ପୁଣି ତାର କଳା ସାମ୍ରାଜ୍ୟ ଆରମ୍ଭ କରିଛି l ଆଇନ ର ଗଳାବାଟ ଦେଇ ମାଫିଆ ଖସି ଯାଉଥିବାରୁ ଜିଲ୍ଲା ରେ ଗଞ୍ଜେଇ ଚାଷ ଓ ବ୍ୟବସାୟ ଥମିବାର ନାଁ ଧରୁନି l ପୁର୍ଣ୍ଣ ଚନ୍ଦ୍ର ବେହେରା ଅବକାରୀ ଇନିସପେକ୍ଟର ସୂଚନା ଦେଇଛନ୍ତି