ଉତ୍କଳ ଦିବସ ଉପଲକ୍ଷେ ସାରସ୍ବତ ସଭା
![](https://teerthkhetra.com/wp-content/uploads/2023/04/IMG-20230402-WA0001-1024x473.jpg)
ଡେଲାଙ୍ଗ – ନିମବସନ୍ତ ଗ୍ରାମର ଚୈତନ୍ଯ ମଠ ପରିସରରେ ନିମାଇଁ ସାହିତ୍ୟ ସଂସଦ ଦ୍ବାରା ଦାଶରଥି ମହାନ୍ତିଙ୍କ ସଭାପତିତ୍ୱରେ ସାରସ୍ବତ ସଭା ଓ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ ମଠାଧୀଶ ବୃନ୍ଦାବନ ଦାସ ଉଦ୍ଘାଟନ କରିଥିବା ବେଳେ ଅତିଥି ଭାବେ ଯୋଗ ଦେଇଥିଲେ ବାବା ନରେନ୍ଦ୍ରାନନ୍ଦ ନାଥ,ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡ଼ିଆ,ପ୍ରଧାନ ଶିକ୍ଷକ ରତ୍ନାକର ଜେନା ଓ ସମାଜସେବୀ ନିଳାଦ୍ରୀ ନାଥ ଜଗଦେବ। ଅତିଥି ପରିଚୟ ସହ ପରିଚାଳନା କରିଥିଲେ ମାନସ ରଞ୍ଜନ ପଟ୍ଟନାୟକ। ସଂସଦ ତରଫରୁ ଗୀତାଂଜଳି ମହାନ୍ତି ,ଗୀତାରାଣୀ ରଣଜିତ୍ ନଳିନୀ ପ୍ରଭା ପଟ୍ଟନାୟକ,ଝୁମୁରି ସାହୁ ଓ ଅଭିଲିପ୍ସା ପ୍ରିୟଦର୍ଶିନୀ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରାୟ ଷାଠିଏ ଜଣରୁ ଉର୍ଦ୍ଧ କବି ଯୋଗ ଦେଇ କବିତା ଆବୃତି କରିଥିଲେ। ସମସ୍ତ କବି ମାନଙ୍କୁ ମାନପତ୍ର ଦିଆ ଯାଇଥିଲା ଅନୁଷ୍ଠାନ ତରଫରୁ।ପାଲା ଗାୟକ ବିଜୟ କୁମାର ପଟ୍ଟନାୟକ ସଂଯୋଜନା କରିଥିବା ବେଳେ କବିତା ସମକ୍ଷା କରିଥିଲେ ସମ୍ପଦ ବେହେରା। ପ୍ରଣବ କିଶୋର ପଟ୍ଟନାୟକ ଓ ପ୍ରସନ୍ନ କୁମାର ପଟ୍ଟନାୟକ ସହଯୋଗ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ବିଶ୍ୱ ରଂଜନ ମହାନ୍ତି।