ଉପଖଣ୍ଡ ସାମ୍ବାଦିକ ସଙ୍ଘର ସାଧାରଣ ବୈଠକ

ଢେ଼ଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଂଘର ସାଧାରଣ ବୈଠକରେ ସଭାପତି ଶୁଭମୟ ନନ୍ଦଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ହୋଇଯାଇଛି ! ବରିଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ଅଲେଖ ଚନ୍ଦ୍ର ତ୍ରିପାଠୀ ତୃଣମୂଳ ସ୍ତରରେ ସଂଘଠନକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ, ସଙ୍ଘର ଉପାଦେଷ୍ଟା ମୀନକେତନ ସ୍ୱାଇଁ ବରିଷ୍ଟ ସାମ୍ବାଦିକ ଲଷ୍ମୀଧର ନାୟକ କାଯ୍ୟରତ ସାମ୍ବାଦିକଙ୍କ ସମସ୍ୟା ଓ ତାହାର ସମାଧାନ ଉପରେ ସୂଚନା ଦେଇଥିଲେ ! କାମାକ୍ଷାନଗର ବ୍ଲକ ସମ୍ପାଦକ କରୁଣାକର ମଲ୍ଲିକ, ଭୁବନ ବ୍ଲକ ସମ୍ପାଦକ ମଧୁପରଞ୍ଜନ ନନ୍ଦ, ପରଜଙ୍ଗ ବ୍ଲକ ସମ୍ପାଦକ ସୁଯ୍ୟକାନ୍ତ ବେହେରା, କୃଷ୍ଣ ଚନ୍ଦ୍ର ସାହୁ, ଶାନ୍ତନୁ ଭୁକ୍ତା,ପ୍ରହ୍ଲାଦ ମୁଦୁଲି ଯୋଗ ଦେଇ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଆଲୋଚନା କରିଥିଲେ, ସାମ୍ବାଦିକ ରବୀନ କୁମାର ଦାସଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନଙ୍କୁ ନିନ୍ଦା କରାଯିବା ସହିତ ବରିଷ୍ଠ ସାମ୍ବାଦିକ ସୁବଳ ରାଉତଙ୍କୁ ବିପିସି ସଂଜୟଜେନାଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା, ଢେଙ୍କାନାଳ ଜିଲ୍ଲାପାଳଙ୍କ ନିକଟରେ ଏ ବିଷୟରେ ଏକ ଦାବିପତ୍ର ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି, ଉପସଭାପତି ଚିତ୍ତରଞ୍ଜନ ଦ୍ଦିବେଦୀ ପ୍ରଥମରୁ ସୂଚନା ପ୍ରଦାନ କରିଥିବାବେଳେ ସମ୍ପାଦକ ପ୍ରକାଶ କୁମାର ପାତ୍ର ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *