ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଓଡିଶା କଲେଜ ପିଇଟି ଆସୋସିଏସନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ.ଭୁବନେଶ୍ୱର, ଆଜି ସ୍ଥାନୀୟ ରେଡ଼କ୍ରସ ଭବନରେ ଅଲ ଓଡିଶା କଲେଜ ପିଇଟି ସଙ୍ଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି. ବହୁ ଦିନ ପରେ ପ୍ରାୟ ତିନି ବର୍ଷ ହେଲା କରୋନା ଯୋଗୁଁ କଲେଜ କ୍ରୀଡା ଶିକ୍ଷକ ମାନଙ୍କର କୌଣସି ମିଟିଂ ହୋଇ ନଥିଲା, ଆଜି ଆମେ ସମସ୍ତ କ୍ରୀଡା ଶିକ୍ଷକ ଭାଇ ମାନେ ଏକାଠି ହୋଇ ସବୁ ଅସୁବିଧା ସମସ୍ୟା ଓ ଦାବି ସମ୍ପର୍କରେ ଆଲୋଚନା କରିବୁ ବୋଲି କହିବା ସହ ଆମର ସର୍ଭିସ କଣ୍ଡିସନ ନାହିଁ ଓ ଦରମା ପ୍ରୋବ୍ଲେମ ଅଛି ବୋଲି କହିଛନ୍ତି ସଙ୍ଘର ସାଧାରଣ ସମ୍ପାଦକ ରାମ କୁମାର ସାହୁ. ଆମେ ବ୍ଲକ ଗ୍ରାଣ୍ଟ ଶିକ୍ଷକ ଭାବେ ଅଛୁ, ସରକାର ଆମକୁ ନନ ଟିଚିଂ ଷ୍ଟାଫ ଭାବେ ମାନ୍ୟତା ଦେଉଛି ଆମକୁ 4600ଗ୍ରେଡ଼ ପେ ବଦଳରେ 2200ଗ୍ରେଡ଼ ପେ ଦିଆଯାଉଛି, ଆମକୁ ସର୍ବ ଭାରତୀୟ ଦରମା ହାର ଷ୍ଟ୍ରକ୍ଚର ଅନୁଯାଇ ଦିଆଯାଉନାହିଁ କି ଆମକୁ ଇୟୁଜିସି ମାନ୍ୟତା ଦିଆଯାଉ ନ ଥିବାରୁ ସେହି ସବୁ ବିଷୟରେ ଆଜି ଆଲୋଚନା କରି ସରକାର ଙ୍କୁ ଜଣାଇବୁ ବୋଲି କହିଛନ୍ତି ସଙ୍ଘର ସଭାପତି ଅଶୋକ ଦାସ. ଭୁବନେଶ୍ୱର ରୁ ବିଜୟ ନନ୍ଦ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *