ଓଡିଶା ଲେଗାଲ ମେଟାରେଲୋଜି ରିପେଆରସ ଆସୋସିଏସନର ଜେନେରାଲ ବଡ଼ି ମିଟିଂ ଅନୁଷ୍ଠିତ

ଓ, ଆଜି ଭାରତୀୟ ବିଦ୍ୟା ଭବନ ସମ୍ମିଳନୀ କକ୍ଷରେ ଓଡିଶା ଲେଗାଲ ମେଟାରେଲୋଜି ରିପେଏୟାର୍ସ ଆସୋସିଏସନର ତୃତୀୟ ବାର୍ଷିକୀ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡିଶା ମାପ ଓ ଓଜନ ନିର୍ଦେଶାଳୟର ଉପ ନିର୍ଦେଶକ କୈଳାଶ ଚନ୍ଦ୍ର ମହାରଣା ମୁଖ୍ୟ ଅତିଥିଭାବେ ଯୋଗଦେଇ ଆଜିର ବଜାରରେ ଖାଉଟି ମାନଙ୍କୁ ସବୁ ଦ୍ରବ୍ୟର ମାପ ଓ ଓଜନରେ ଯେଭଳି ଭାବେ ଠକାମୀର ଶିକାର ନ ହୁଅନ୍ତି ଓ ବ୍ୟବସାୟୀ ବନ୍ଧୁମାନେ ଯେପରି ଖାଉଟି ମାନଙ୍କ ସରଳତାର ସୁଯୋଗ ନେଇ କିଛି ଭୁଲ ନ କରନ୍ତି ସେଥି ପ୍ରତି ଉଚିତ ଧ୍ୟାନ ଦେଇ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଏହି ବିଭାଗ କରି ଆସୁଥିବା ବେଳେ ମାପ ଓ ଓଜନ ସମ୍ବନ୍ଧୀୟ ସବୁ ଅତ୍ୟାବଶ୍ୟକୀୟ ଯନ୍ତ୍ରପାତିର ରିନୋବେଶନ ଓ ରିପେରିଙ୍ଗ ଦାଇତ୍ୱକୁ ଆପଣ ମାନେ ନିଷ୍ଠାର ସହ ପ୍ରତିପାଦନ କରିଆସୁଥିବାରୁ ସମସ୍ତଙ୍କୁ କୃତଙଜ୍ଞତା ଜଣାଇଥଲେ. ଆସୋସିଏସନର ସଦସ୍ୟ ସଂଖ୍ୟା ରାଜ୍ୟରେ ପ୍ରାୟ ଦୁଇଶହ ଓ ଆମ ସଂଗଠନର ଆଜି ତୃତୀୟ ସାଧାରଣ ପରିଷଦ ବୈଠକ, ଆମ ସହକର୍ମୀ ମାନଙ୍କ ମଧ୍ୟରେ କାର୍ଯ୍ୟ ଦକ୍ଷତା ବଢାଇବା, ମନବଳ ବୃଦ୍ଧି କରିବା ପାଇଁ ପ୍ରତିବର୍ଷ ଏହିଭଳି ବୈଠକ ବସେ, ରାଜ୍ୟରେ ଓଜନ ଓ ମାପ କାମକୁ ସୁଚାରୁ ରୂପେ ସମ୍ପାଦନ ପାଇଁ ଏବଂ ଆସୋସିଏସନ କାର୍ଯ୍ୟକ୍ରମ ଠିକ ଅଛି କି ନାହିଁ ଆଲୋଚନା କରିବାକୁ ଏହି ବୈଠକ ବୋଲି କହିଛନ୍ତି ଆସୋସିଏସନ ସାଧାରଣ ସମ୍ପାଦକ ନୀଳ ମଣି ପଣ୍ଡା. ଓଜନ ଓ ମାପ ପରିଚାଳନା ପାଇଁ ଲେଗାଲ ମେଟାରୋଲୋଜି ବିଭାଗ ସୁନା ଗହଣା ଦୋକାନ, ପେଟ୍ରୋଲ ପମ୍ପ,କପଡା ଦୋକାନ, ହାଟରେ ଚାଲୁଥିବା ବିଭିନ୍ନ ଦୋକାନ, ସିମେଣ୍ଟ ଓ ରଡ଼ ଦୋକାନ ଭଳି ଚାଲୁଥିବା ବ୍ୟବସାୟ ସମୟରେ ମାପ ଓ ଓଜନ ପାଇଁ ବ୍ୟବହୃତ ଯନ୍ତ୍ରପାତିର ରିପେରିଙ୍ଗ କରି ସଠିକ ପରିଚାଳନା କରିବା ଆମ ଭାଇ ମାନଙ୍କ ଦ୍ୱାରା ସମ୍ଭବ ହୋଇ ପାରୁଥିବାରୁ ଆସୋସିଏସନ ତରଫରୁ ମୁଁ ଗର୍ବିତ ଓ ଆମର ସରକାରଙ୍କ ପାଖରେ କୌଣସି ଦାବି ନାହିଁ ବୋଲି କହିଛନ୍ତି ଆସୋସିଏସନର ରାଜ୍ୟ ସଭାପତି ସୁଧୀର କୁମାର ଦାସ । ଆମ ସଂଘରେ ଯାହାର ଯେତେବେଳେ ଅସୁବିଧା ହୁଏ, ଆର୍ଥିକ ସୁବିଧା ଦିଆଯାଏ, ଦୁରାରୋଗ୍ୟର ଚିକିତ୍ସା ପାଇଁ ସାହାଯ୍ୟ କରାଯାଇଥାଏ ବୋଲି କହିଛନ୍ତି ସଭାପତି ଶ୍ରୀ ଦାସ. ଅନ୍ୟ ମାନଙ୍କ ମଧ୍ୟରେ ଆସୋସିଏସନର ଉପଦେଷ୍ଟା ସଂଗ୍ରାମ କେଶରୀ ମହାନ୍ତି ଧନ୍ୟବାଦ ଦେଇଥିଲେ ।