କେନାଲରେ ଘାଇ, ଚାଷ ଜମି ଜଳମଗ୍ନ


ସାକ୍ଷୀଗୋପାଳ , ୬।୮
ଶନିବାର ପୁର୍ଵାହ୍ନରେ ପ୍ରଵଳବର୍ଷା ଳାଗିରହିଥିବା ଵେଳେ ସାକ୍ଷୀଗୋପାଳ ଜଳ ସମ୍ପଦ ଉପଖଣ୍ଡ ଅନ୍ତର୍ଗତ ସାକ୍ଷୀଗୋପାଳ ବ୍ରାଞ୍ଚ କେନାଲର ବାମ ପାର୍ଶ୍ୱ ବନ୍ଧର ଏକ ସୃଷ୍ଟି ହୋଇଥିଲା। ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ରାୟଚକ୍ରଧରପୁର ଭାଲୁ ବଜାର ନିକଟରେ ୧୨ ଫୁଟ ଲମ୍ବର ଏକ ଘାଇ ଫଳରେ ସାରଙ୍ଗଯୋଡି ପଞ୍ଚାୟତର ରାୟଚକ୍ରଧରପୁର, ହାଟ ସାହି, ମୁଦୁଲି ସାହି ଓ ଖୁଣ୍ଟିଆ ହରିଜନ ସାହି ଏବଂ ବିଶ୍ୱନାଥ ପୁର ପଞ୍ଚାୟତର ଛ ମାଣ ସାହି, ବାଲି ସାହି ପାଟଣା ଏବଂ ଠାକୁର ମା ପାଟଣା ଗ୍ରାମର ଚାଷଜମିରେ ପାଣି ମାଡି ଯାଇଛି l ଧାନ ବିଲରେ କେନାଲ ପାଣି ଲହଡି ମାରଛି l ଈଦଵୂତ ଜଳ ଜମି ରହିଲେ ଧାନ ଫସଲ ନଷ୍ଟ ହେଵ ଭୋଲି ଚାଷୀମାନେ କହିଛନ୍ତି।
ଏହି ଗ୍ରାମବାସୀ, କୃଷକ ଓ ଜଳ ସମ୍ପଦ ବିଭାଗ ତରଫରୁ ବନ୍ଧ ମରାମତି ଆରମ୍ଭ ହୋଇଛି l ଖୁବ ଶୀଘ୍ର ଏହି ଘାଇ ମରାମତି ହୋଇଯିବ ବୋଲି ଉପସ୍ଥିତ ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି lଧାନ ବିଲରେ ରହିଥିବା ଏହି ଉଦବୃତ୍ତ ଜଳ ତୁରନ୍ତ ଷନିଷ୍କାସନ କରିବା ନିମନ୍ତେ କୃଷକ ମାନେ ଦାବୀ କରିଛନ୍ତି l

ସାକ୍ଷୀଗୋପାଳ,କାଳୀ ପ୍ରସାଦ ମହାପାତ୍ର ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *