ନୂଆଗଡ଼ ରେ ପାଳିତ ହେଲା ଘୋଷ ଯାତ୍ରା

ଗାଡିଲା ରଥ*ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ lଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ନୂଆଗଡ଼ରେ ଧୂମ ଧାମର ସହିତ ପାଳିତ ହେଲା ଘୋଷ ଯାତ୍ରା l ବୋହୁ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସୁଅ ଛୁଟିବା ସହ ଦେଖିବାକୁ ମିଳିଛି ଉତ୍ସାହ l ନିର୍ଦ୍ଧାରିତ ସମୟସୂଚୀ ଅନୁଯାଇ ତିନି ଠାକୁର ରଥକୁ ଗଲାପରେ ବିଜୟ କୁମାର ଭୂୟାଁ ଛେରା ପହଁରା କରିଥିଲେ l ଏହାପରେ ମନ୍ଦିରର ବଡ଼ପଣ୍ଡା କୁଳମଣି ଦାଶ ଓ ଉପାଚାର୍ଯ୍ୟ ଜ୍ଞାନରଞ୍ଜନ ଦାଶ ତିନି ଠାକୁରଙ୍କ ନିକଟରେ ପୂଜାର୍ଚନା ସାରିବା ପରେ ଭକ୍ତମାନେ ଏକାଠି ହୋଇ ମନ୍ଦିର ନିକଟ ରୁ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ବିଶ୍ଵ ନିଅନ୍ତାଙ୍କ ରଥ ଟାଣିଥିଲେ l ଆଜି ଏହି ରଥଯାତ୍ରା ଦେଖିବା ପାଇଁ ଆଖପାଖ ଗ୍ରାମ ଓ ବ୍ୟାସନଗର ସହର ରୁ ଶହ ଶହ ଭକ୍ତଙ୍କ ସମଗାଗମ ହେଇଥିଲା l.
ଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ