ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳିକା ମୃତ

ଭଞ୍ଜନଗର: କନ୍ଧମାଳ ସୀମାନ୍ତ ରାଇକିଆ ଥାନା ଅନ୍ତର୍ଗତ ଡାକପଙ୍କା ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ନାବାଳିକାର ରବିବାର ସ୍ଥାନୀୟ ମେଡ଼ିକାଲ ରେ ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣଙ୍କ ହେଲେ ଦଣ୍ଡପାଣି ମଳିକ ଙ୍କ ଝିଅ କୁନିତା ମଳିକ (୧୫)। ସୂଚନା ପ୍ରକାରେ,କୁନିତା ଘର୍ ଛାତ ଉପରରେ ଜମି ରହିଥିବା ବର୍ଷା ପାଣି ସଫା କରିବାକୁ ଯାଇଥିବା ବେଳେ କୌଣସି କାରଣରୁ ଛାତ ଉପରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଟଳି ପଡ଼ିଥିଲେ। ପରିବାର ଲୋକେ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର କୁନିତା କୁ ମୃତ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *