ଗ୍ଲୋବାଲ ବିଜ୍‌ନେସ୍‌ କାର୍ନିଭାଲ ଉଦ୍‌ଘାଟିତ

ଭୁବନେଶ୍ୱର,୨୦।୫: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ପ୍ରଥମ ଥର ପାଇଁ ଏକ ୧୧ ଦିନିଆ ଗ୍ଲୋବାଲ ବିଜ୍‌ନେସ୍‌ କାର୍ନିଭାଲର ଆୟୋଜନ କରାଯାଉଛି। ଭୁବନେଶ୍ୱରର ଜନତା ମଇଦାନଠାରେ ଆନୁଷ୍ଠାନିକ ଭାବେ ଗ୍ଲୋବାଲ ବିଜ୍‌ନେସ୍‌ କାର୍ନିଭାଲ-୨୦୨୩ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିତ୍ଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଏମ୍‌ଏସ୍‌ଏମ୍‌ଇ ନିର୍ଦ୍ଦେଶକ ପବନ ଗୁପ୍ତା, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ଐଶ୍ୱର୍ଯ୍ୟା ବିଶ୍ୱାଳ, ସିଏ ରାଜୀବ ଶେଖର ସାହୁ,ସାମ୍ବାଦିକ କିଶୋର ଦିୱେଦି ଏବଂ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦୀପକ ମହାନ୍ତି, ପ୍ରପର୍ଟି ବ୍ରାଣ୍ଡ୍‌ ନିର୍ଦ୍ଦେଶକ ସଚିନ ସିଂ ଏବଂ ମ୍ୟାନେଜିଂ ଡାଇରେକ୍ଟର ସୁଜିତ କୁମାର ଗୁପ୍ତା, ଡାଇରେକ୍ଟର ପାୟଲ ଆଚାର୍ଯ୍ୟ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଗୁପ୍ତା ଇଭେଣ୍ଟ ମ୍ୟାନେମେଣ୍ଟର ମ୍ୟାନେଜିଂ ଡାଇରେକ୍ଟର ସୁଜିତ କୁମାର ଗୁପ୍ତା କହିଛନ୍ତି, ଗ୍ଲୋବାଲ ବିଜ୍‌ନେସ୍‌ କାର୍ନିଭାଲ୍‌ରେ ଆଇଟି ଆଣ୍ଡ ସଫ୍ଟୱେର, ଏଡୁକେଶନ ଆଣ୍ଡ ହେଲ୍‌ଥ ଉପରେ ରାଜ୍ୟ ତଥା ରାଜ୍ୟ ବାହାରର ବକ୍ତାମାନଙ୍କୁ ନେଇ ଆଲୋଚନାଚକ୍ର ଓ କର୍ମଶାଳା ଅନୁଷ୍ଠିତ ହେବ। ପ୍ରତିଦିନ ସାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓପନ୍‌ କିଚେନ୍‌ ଆଣ୍ଡ ବାର୍‌ର ଏକ ଫୁଡ୍‌ ଜୋନ୍‌ର ମଧ୍ୟ ବ୍ୟବସ୍ଥା କରାଯାଇଛି। ସେହିଭଳି ଉକ୍ତ ପ୍ରଦର୍ଶନୀରେ ୨୦ଟି ରାଜ୍ୟ ଏବଂ ୮ଟି ଦେଶର ପ୍ରତିନିଧିମାନେ ଅଂଶ ଗ୍ରହଣ କରିବେ। ଏଠାରେ ବିଭିନ୍ନ ପ୍ରକାର ଏକ୍ସପୋ ଯଥା ପ୍ରପର୍ଟି ବ୍ରାଣ୍ଡ୍‌ ଏକ୍ସପୋ, ଫର୍ନିଚର ଆଣ୍ଡ ଇଣ୍ଟେରିୟର, ଗ୍ଲୋବାଲ ଏଡୁକେଶନ, ଆଇଟି ଆଣ୍ଡ ସଫ୍ଟୱେର, ଫ୍ୟାଶନ ଆଣ୍ଡ ଲାଇଫ୍‌ ଷ୍ଟାଇଲ୍‌, ହେଲ୍‌ଥ ଆଣ୍ଡ ୱେଲ୍‌ନେସ୍‌, ସ୍ବଦେଶୀ, ଅଟୋ ଏକ୍ସପୋ ସହ ସମସ୍ତ ଜାତୀୟ ଏବଂ ଅନ୍ତର୍ଜାତୀୟ ଉତ୍ପାଦ ସହ ଭାରତୀୟ ହସ୍ତତନ୍ତ ହସ୍ତଶିଳ୍ପ ଏବଂ ଗୃହ ସାଜସଜ୍ଜା ଉତ୍ପାଦମାନ ମଧ୍ୟ ପ୍ରଦର୍ଶନ ସହ ବହୁଚର୍ଚ୍ଚିତ ହୋଟେଲ ଏବଂ ରେଷ୍ଟୁରାଣ୍ଟ ସହିତ ମିଳିତ ଭାବେ ଫୁଡ୍‌ ଫେଷ୍ଟିଭାଲର ଆୟୋଜନ ହୋଇଛି।

Leave a Reply

Your email address will not be published. Required fields are marked *