ଗର୍ବ ଆଣିଲେ ଗୌରବ, ବଡ଼ି ବିଲ୍ଡିଂରେ ଜିତିଲେ ମିଷ୍ଟର ଓଡ଼ିଶା ଉପାଧି।

ବଡି ବିଲ୍ଡିଂ କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ମିଷ୍ଟର ଓଡିଶା ଭାବେ ବିଜୟୀ ହୋଇ ପୁରୀ ଜିଲ୍ଲା ତଥା କୋଣାର୍କ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଯୁବ ବଡି ବିଲଡର ଗୌରବ ବେହେରା। ସୂଚନା ଅନୁଯାୟୀ ଓଡିଶା ବଡି ବିଲ୍ଡିଂ ଓ ଫିଟନେସ ଆସୋସିଏସନ୍ ପକ୍ଷରୁ ପୁରୀ ଜିଲ୍ଲା ବଡି ଵିଲ୍ଡିଂ ଫେଡରେଶନ ଆୟୋଜନରେ ପୁରୀ ସମୁଦ୍ର କୂଳରେ ଦୁଇ ଦିନିଆ ମିଷ୍ଟର୍ ଓଡିଶା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ କୋଣାର୍କ ଅଞ୍ଚଳର ପ୍ରତିଷ୍ଠିତ ସମାଜସେବୀ ଯାଦବ ସଙ୍ଘ ସଭାପତି ଗୋପାଳ ଚନ୍ଦ୍ର ବେହେରାଙ୍କ ନାତି ତଥା ମହେଶ୍ୱେତା ବେହେରା ଓ ପ୍ରମୋଦ ବେହେରାଙ୍କ କନିଷ୍ଠ ପୁତ୍ର ଗୌରବ ବେହେରା ୭୫ କେଜି ଓଜନ ବିଭାଗରେ ସ୍ଵର୍ଣ୍ଣ ପଦକ ହାସଲ କରି ପ୍ରଥମ ସ୍ଥାନ ଗ୍ରହଣ କରିବା ସହିତ ମିଷ୍ଟର ଓଡିଶା ଆଖ୍ୟା ଅର୍ଜନ କରିଛନ୍ତି। ତା ସହିତ ପୁରୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ମଧ୍ଯ ସେ ୮୦କେଜି ବର୍ଗରେ ସ୍ଵର୍ଣ୍ଣ ପଦକ ସହ ମିଷ୍ଟର ପୁରୀ ଆଖ୍ୟା ଅର୍ଜନ କରିଥିଲେ। ପାଠ ପଢା ସହିତ ଦୀର୍ଘ ୬ବର୍ଷ ଧରି ସେ ଜିମ୍ ଯାଇ ବ୍ୟାୟାମ କରୁଥିଲେ। ନିଜ ବଡି ବିଲଡର ବଡଭାଈ ରାଜା ବେହେରା ଓ ପରିବାର ଲୋକଙ୍କ ପ୍ରେରଣା ପାଇ ବର୍ଷେ ହେବ ପ୍ରତିଯୋଗିତା ମୂଳକ ଖେଳରେ ଭାଗ ନେବାକୁ ମନସ୍ଥ କରିଥିଲେ।

ଏନେଇ ସେ କଠିନ ପରିଶ୍ରମ କରିଛନ୍ତି । ପରିବାର, ବଡ ଭାଇ ରାଜାଙ୍କ ସହ କୋଚ୍ ତଥା ବାହୁବଳୀ ସେବାୟତ ଅନିଲ ଗୋଛିକର ଓ କୋଚ୍ ସଞ୍ଜୟ ସାହୁଙ୍କ ମାର୍ଗଦର୍ଶନରେ ଆଗକୁ ବଢିଥିଲେ। ଯାହା ଫଳରେ ସେ ସଫଳତା ହାସଲ କରିଛନ୍ତି ଓ ଆଗକୁ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ଓଡ଼ିଶାର ନା ରଖିବାକୁ ଚେଷ୍ଟା ଜାରୀ ରହିବ ବୋଲି ମତବ୍ୟକ୍ତ କରିଛନ୍ତି ଗୌରବ।ଗୌରବ ବେହେରା, ମିଷ୍ଟର ଓଡ଼ିଶା ଅପରପକ୍ଷରେ ନିଜ ପଠା ପଢା ସହ ସେ କିପରି ବଡ଼ି ବିଲ୍ଡିଂରେ ରାଜ୍ୟ ଓ ଦେଶର ନା ରଖିବ ସେ ନେଇ ତାକୁ ସହଯୋଗ ଜାରି ରହିବ ବୋଲି ଗୌରବଙ୍କ ଜେଜେ ସମାଜସେବୀ ଗୋପାଳ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି।

କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ୍ ତୀର୍ଥକ୍ଷେତ୍ର ଲାଇଭ।

Leave a Reply

Your email address will not be published. Required fields are marked *