ଗ୍ଲୋରି ଫେଷ୍ଟ୍-୨୦୨୪’ ଉଦ୍ଘାଟିତ ଛାତ୍ରଛାତ୍ରୀଙ୍କ ନୃତ୍ୟରେ ଝୁମିଲେ ଦର୍ଶକ

‘ଗ୍ଲୋରି ଫେଷ୍ଟ୍-୨୦୨୪’ ଉଦ୍ଘାଟିତଛାତ୍ରଛାତ୍ରୀଙ୍କ ନୃତ୍ୟରେ ଝୁମିଲେ ଦର୍ଶକପୁରୀ,୦୯।୦୧:-ଶ୍ରୀକ୍ଷେତ୍ରର ଅଗ୍ରଣୀ ଯୁବ ସାଂସ୍କୃତିକ ଅନୁଷ୍ଠାନ ଜାତୀୟ ଯୁବ ସମନ୍ୱିତ କେନ୍ଦ୍ର ଆନୁକୂଲ୍ୟରେ ଚାରିଦିନିଆ ‘ଗ୍ଲୋରି ଫେଷ୍ଟ୍-୨୦୨୪’ ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି ।ପ୍ରଥମ ଦିନରେ ଆଙ୍କର କି ଖୋଜ,ବକୃତା, ଗ୍ରୁପ ଡିସକସନ ଓ ରେକର୍ଡ଼ ଡ଼୍ୟାନ୍ସ, ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଓ ଦେଶର ବିଭିନ୍ନ କଲେଜ ଓ ବିଶ୍ୱ ବିଦ୍ୟାଳୟରୁ ଆସିଥିବା ୨୭୫ରୁ ଅଧିକ ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି । ତିରୁପତି ବିଶ୍ୱବିଦ୍ୟାଳୟ, ଢ଼େଙ୍କାନାଳ ସ୍ୱଂୟଶାସିତ ମହାବିଦ୍ୟାଳୟ, ଏସ୍ସିଏସ୍ ସ୍ୱଂୟଶାସିତ ମହାବିଦ୍ୟାଳୟ, ଜି.ଏମ୍ ଆଇନ ମହାବିଦ୍ୟାଳୟ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ କ୍ୟାମ୍ପସ, ହାଇଟେକ୍ କଲେଜ ଅଫ୍ ନର୍ସିଂ, ହାଇଟେକ୍ ସ୍କୁଲ୍ ଅଫ ନର୍ସିଂର,ରେଭେନ୍ସା ବିଶ୍ୱବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଯୋଗଦେଇଛନ୍ତି । ସଦାଶିବ କ୍ୟାମ୍ପସରର ଛାତ୍ରଛାତ୍ରୀମାନେ।ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ରଙ୍ଗାରଙ୍ଗ ରେକର୍ଡ ଡ୍ୟାନ୍ସରେ ଦର୍ଶକ ଝୁମିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ହରେକୃଷ୍ଣ ଶତପଥୀ, କାର୍ଯ୍ୟକାରୀ ଅଧ୍ୟକ୍ଷ ରାଜେଶ କୁମାର ମହାନ୍ତି, ଉପାଧ୍ୟକ୍ଷ ରାକେଶ ସାମଲ, ବିଦ୍ରୋହ କେଶରୀ ସିଂ,ପୂର୍ଣନ୍ଦୁ ପଟ୍ଟନାୟକ,ଯୁଗ୍ମ ସହ କାର୍ଯ୍ୟକାରୀ ଅଧ୍ୟକ୍ଷ ସଂଗ୍ରାମ କେଶରୀ କାନୁନ୍ଗୋ,ହର ପ୍ରସାଦ ବିଶ୍ୱାଳ, ସାଧାରଣ ସମ୍ପାଦକ ସଂପାଦକ ଦେବେନ୍ଦ୍ର ପ୍ରସାଦ ମହାପାତ୍ର, କୋଷାଧ୍ୟକ୍ଷ ଜଗମୋହନ ଚୌଧୁରୀ, ସାଙ୍ଗଠନିକ ସମ୍ପାଦକ ସୌମ୍ୟ ରଞ୍ଜନ ମିଶ୍ର, ସାଂସ୍କୃତିକ ସଂପାଦକ ଦାମୋଦର ଶତପଥି, ମୁଖପାତ୍ର ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ସାଥୁଆ ଓ ସୌମିତ୍ର ହରିଚନ୍ଦନ, ସମାଜସେବା ସଂପାଦକ ଜିତେନ୍ଦ୍ର କୁମାର କରଟିସି, ବରିଷ୍ଠ ସଦସ୍ୟ ସଞ୍ଜୀବ କୁମାର ରଥଶର୍ମା,ଆଇବା ଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।