କବାଡ଼ିଆ ଗୋଦାମ ରେ ଚଢ଼ାଉ,ଲକ୍ଷାଧିକ ଟଙ୍କାର ଜିନିଷ ଜବତ
ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳରେ ଥିବା ଏକ କବାଡ଼ିଆ ଗୋଦାମ ରେ ଧାମନଗର ପୋଲିସ ଦ୍ଵାରା ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ଜିନିଷ ଜବତ କରାଯାଇଛି. ସବୁଠାରୁ ଆଶ୍ଚର୍ଯ୍ୟ ଘଟଣା ଯେ ଏହି ଚଢ଼ାଉ ରେ ରେଳବାଇ ରେ ବ୍ୟବହାର ହେଉଥିବା କିଛି ଜିନିଷ ପୋଲିସ କୁ ମିଳିଛି. ତେବେ ଏହି ଆଖପାଖ ରେ କୌଣସି ରେଳ ଷ୍ଟେସନ କି ରେଳରାସ୍ତା ନ ଥିବା ସତ୍ତ୍ୱେ ମଧ୍ୟ ଏହି ଜିନିଷ ସବୁ ଏଠାକୁ ଆସିଲା କେମିତି. ଧାମନଗର ପୋଲିସ ଏହି ଜିନିଷ ସବୁ ଜବତ କରିବା ସହିତ କବାଡ଼ିଆ ଗୋଦାମର ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି