ତିର୍ତ୍ତୋଲ କୁମାର ଉତ୍ସଵର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମ

ତିର୍ତ୍ତୋଲ କୁମାର ଉତ୍ସଵର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମ ରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ-କୁମାର ଉତ୍ସବ ସମିତି, ତିର୍ତ୍ତୋଲର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ-୨୦୨୩ ଓ ଗଣକବି ବୈଷ୍ଣବ ପାଣି ଜୟନ୍ତୀ ପାଳିତ ହୋଇଯାଇଛି ।କୁମାର ଉତ୍ସବ ସମିତିର ସଭାପତି ବିମଳକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମହୋତ୍ସବରେ ଚତୁର୍ଥ ସଂଧ୍ୟାରେ ଅତିଥି ଭାବରେ କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟୋମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରି କହିଲେ ଯେ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିଲେ ଜାତିର ଉନ୍ନତି ହେବ ।ଓଡ଼ିଆ ଭାଷା,ସାହିତ୍ୟ,ପରମ୍ପରା ଓ ଓଡ଼ିଆ ଅସ୍ମିତା ସାରା ବିଶ୍ୱ ବିଦିତ ।ଏହି ମାଟିରେ ବହୁ ମହାମିନିଷି ଓ ସ୍ବାଧୀନତା ସଂଗ୍ରାମୀ ମାନେ ଜନ୍ମ ନେଇ ରୁଦ୍ଧିମନ୍ତ କରିଛନ୍ତି ।ଏହି ମାଟିରୁ ବସନ୍ତ ବିଶ୍ୱାଳ,ନିତ୍ୟାନନ୍ଦ ସାମନ୍ତରାୟ,ପ୍ରତାପ ମହାନ୍ତି ଭଳି ଯୋଗଜନ୍ମା ରାଜନୈତିକ ବ୍ୟକ୍ତି ମାନେ ଜନ୍ମ ନେଇ ଆଧୁନିକ ଓଡ଼ିଶାର ନିର୍ମାତା ସାଜିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବରେ କିଶୋର ନଗର କଲେଜର ଅଧ୍ୟକ୍ଷ ଶାରଦା ପ୍ରସନ୍ନ ମହାପାତ୍ର, ସାରସ୍ୱତ ସାଧିକା ତଥା ସାହିତ୍ୟିକା ରଶ୍ମି ମିଶ୍ର,ମାହାଙ୍ଗାର ଯୁବ ନେତା ଶାରଦା ପ୍ରଧାନ,ସତ୍ୟବ୍ରତ ମହାପାତ୍ର,ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ,ସମିତିର ଉପଦେଷ୍ଟା ବିଭୁତି ଭୂଷଣ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଓଡ଼ିଆ ସଂସ୍କୃତି ଉପରେ ବକ୍ତବ୍ୟ ରଖିଥିଲେ ।ଏହି ଅବସରରେ ମା ଶାରଳା ଘଟ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ସାମାଜିକ ନାଟକ ପରିବେଷଣ କରାଯାଇଥିଲା ।

ରୀତା ସାହୁ reporter

Leave a Reply

Your email address will not be published. Required fields are marked *