ପ୍ରଶାସନ ଗ୍ରାମ ଅଭିମୁଖେ କାର୍ଯ୍ୟକ୍ରମ

ପୁରୀ ୨୩/୧୨ ସରକାରଙ୍କର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସରକାର ଓ ପ୍ରଶାସନ ଗ୍ରାମରେ ପହଞ୍ଚିବା ଓ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବା।ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ଲୋକଙ୍କ ହିତରେ ଲାଗିବା ସହ ଏହାର ସୁଫଳ ଯେପରି ସମସ୍ତେ ପାଇବେ ସେଥିପାଇଁ ସଚେତନତା ସୃଷ୍ଟି ବ୍ୟବସ୍ଥା କରାଯାଇଛି।ଏହି ଉଦ୍ଦେଶ୍ୟ ରେ ପ୍ରଶାସନ ଗାଁଓ କି ଓର ବା ପ୍ରଶାସନ ଗ୍ରାମ ଅଭିମୁଖେ କାର୍ଯ୍ୟକ୍ରମ ଅନ୍ତର୍ଗତ ଅଧିକାରୀ ମାନଙ୍କ ପୁରୀ ଜିଲ୍ଲା କୁ ଏକ ଗସ୍ତ ବ୍ୟବସ୍ଥା ଅନୁଷ୍ଠିତ ହୋଇଥିଲାକେନ୍ଦ୍ର ଆଡମିନଷ୍ଟ୍ରେଟିଭ ରିଫର୍ମ୍ସ ଓ ପବ୍ଲିକ ଗ୍ରିଭାନ୍ସ ବା ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ ମନ୍ତ୍ରାଳୟ ର ଅଣ୍ଡର ସେକ୍ରେଟାରୀ ଲକ୍ଷ୍ମୀ ଚନ୍ଦ୍ରା, ସେଣ୍ଟର ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ ବା ସିଏମଜିଆଇର ପ୍ରୋଗ୍ରାମ ଅଧିକାରୀ ରାଜ କିଶୋର ପଟ୍ଟନାୟକ ଓ ମଞ୍ଜୁଳା ଆଚାର୍ଯ୍ୟ ପ୍ରମୁଖ ପିପିଲି ବ୍ଲକର ଦାଣ୍ଡ ମକୁନ୍ଦପୁର, ସତ୍ୟବାଦୀ ବ୍ଲକର ପେଣ୍ଠପଡା ଓ

ପୁରୀ ସଦର ବ୍ଲକର ବାଲିଗୁଆଳୀ ପଞ୍ଚାୟତ ଗସ୍ତ କରି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ।ସରକାରୀ ଯୋଜନା ,ତାହାର ରୂପରେଖ, ହିତାଧିକାରୀ ଚୟନ, କାର୍ଯ୍ୟ କାରିତା ଓ ତାହାର ସୁଫଳ ସମ୍ପର୍କରେ ସେମାନେ ଅନୁଧ୍ୟାନ କରିଥିଲେ।ହିତାଧିକାରୀ ମାନେ ଅଧିକାରୀ ମାନଙ୍କ ବିଭିନ୍ନ ପ୍ରଶ୍ନ ର ଉତ୍ତର ସହ ସେମାନଙ୍କ ସଫଳତା ସମ୍ପର୍କରେ ମତାମତ ଦେଇଥିଲେ ଯାହା ଅଧିକାରୀ ମାନଙ୍କୁ ସନ୍ତୋଷ ପ୍ରଦାନ କରିଥିଲା।ଏହି ଗସ୍ତ ସମୟରେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହକାରୀ ଜିଲ୍ଲାପାଳ ଆଶୁତୋଷ ଦେ,ସମ୍ପୃକ୍ତ ବ୍ଲକ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀ ଓ ଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *